www.samajalive.in
Friday, December 12, 2025
15.1 C
Bhubaneswar

କ୍ରିକେଟ ବିଶ୍ଵକପ୍ : ଫିଞ୍ଚଙ୍କ ଶତକ, ଇଂଲଣ୍ଡ ପାଇଁ ୨୮୬ ରନର ବିଜୟ ଲକ୍ଷ୍ୟ

ଲର୍ଡସ (ଇଂଲଣ୍ଡ) : ଆଇସିସି କ୍ରିକେଟ ବିଶ୍ୱକପ୍-୨୦୧୯ର ୩୨ ତମ ମ୍ୟାଚ୍ ଇଂଲଣ୍ଡର ଲର୍ଡସ ଠାରେ ମଙ୍ଗଳବାର ଘରୋଇ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଛି। ଏହି ମ୍ୟଚରେ ଇଂଲଣ୍ଡ ଅଧିନାୟକ ମୋର୍ଗାନ ପ୍ରଥମେ ଟସ୍ ଜିତି ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରିଥିଲେ। କଙ୍ଗାରୁ ଦଳ ପ୍ରଥମେ ବ୍ୟାଟିଂ କରି ଅଧିନାୟକ ଫିଞ୍ଚଙ୍କ ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୮୫ ରନ୍ ସଂଗ୍ରହ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ ଇଂଲଣ୍ଡ ପାଇଁ ରଖିଥିବା ୨୮୬ ରନର ବିଜୟ ଲକ୍ଷ୍ୟରେ ଫିଞ୍ଚଙ୍କର ବିଶେଷ ଅବଦାନ ରହିଛି। ଅଧିନାୟକ ଆରୋନ୍ ଫିଞ୍ଚ୍ ୧୧୬ ବଲରୁ ସର୍ବାଧିକ ୧୦୦ ରନ୍ ସଂଗ୍ରହ କରିଛନ୍ତି। ଯେଉଁଥିରେ ତାଙ୍କର ୨ ଟି ଛକା ଏବଂ ୧୧ ଟି ଚୌକା ସାମିଲ ରହିଛି। ଅନ୍ୟମାନଙ୍କ ମଧ୍ୟରେ ଡ଼େଭିଡ୍ ୱାର୍ଣ୍ଣର ୬୧ ବଲରୁ୫୩ ରନ୍(୬ଟି ଚୌକା) କରିଛନ୍ତି।
ଇଂଲଣ୍ଡ ପକ୍ଷରୁ କ୍ରିସ୍ ଓକ୍ସ ସର୍ବାଧିକ ୨ ଟି ୱିକେଟ ଅକ୍ତିଆର କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories