www.samajalive.in
Saturday, December 6, 2025
16.1 C
Bhubaneswar

କ୍ରିକେଟ ବିଶ୍ୱକପ : ଜୋ ରୁଟଙ୍କ ଶତକ, ଇଂଲଣ୍ଡର ସହଜ ବିଜୟ

ସାଉଥ୍ଆମ୍ପଣ୍ଟଟନ୍(ଇଂଲଣ୍ଡ) : ଆଇସିସି କ୍ରିକେଟ ବିଶ୍ୱକପ୍-୨୦୧୯ରେ ଶୁକ୍ରବାର ଇଂଲଣ୍ଡର ସାଉଥ୍ଆମ୍ପଣ୍ଟଟନ୍ କ୍ରିକେଟ ଗ୍ରାଉଣ୍ଡରେ ଘରୋଇ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଇଂଲଣ୍ଡ ୱେଷ୍ଟଇଣ୍ଡିଜକୁ ଏକତରଫାଭାବେ ହରାଇଛି। ଏହି ମ୍ୟଚରେ ଇଂଲଣ୍ଡ ପ୍ରଥମେ ଟସ୍ ଜିତି ୱେଷ୍ଟଇଣ୍ଡିଜକୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରିଥିଲା। ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ମାତ୍ର ୪୪ଓଭର ୪ଟି ବଲ ଖେଳି ୨୧୨ରନ କରି ଅଲଆଉଟ ହୋଇଯାଇଥିଲା। ୱେଷ୍ଟଇଣ୍ଡିଜର ୨୧୩ରନର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ୩୩ଓଭର ଗୋଟିଏ ବଲ ଖେଳି ମାତ୍ର ୨ୱିକେଟ ହରାଇ ହାସଲ କରିନେଇଛି। ଜୋ ରୁଟଙ୍କ ଶତକ ବଳରେ ଇଂଲଣ୍ଡ ଏହି ମ୍ୟାଚକୁ ନିଜ ନାମରେ କରିବାରେ ସକ୍ଷମ ହୋଇଛି।

ଇଂଲଣ୍ଡ ପକ୍ଷରୁ ଜୋ ରୁଟ୍‍ ସର୍ବାଧିକ ୯୪ବଲରୁ ୧୦୦ରନ କରିଥିଲାବେଳେ ଜନି ବେରଷ୍ଟୋ ୪୬ବଲରୁ ୪୫ରନ ଏବଂ କ୍ରିସ ଓକ୍ସ ୫୪ବଲ ଖେଳି ୪୦ରନ କରିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories