www.samajalive.in
Monday, December 8, 2025
24.1 C
Bhubaneswar

ଅଷ୍ଟ୍ରେଲିଆ-ୱେଷ୍ଟଇଣ୍ଡିଜ୍ ମୁକାବିଲା ଆଜି

ଟ୍ରେଣ୍ଟ୍‌ବ୍ରିଜ୍ : ଚଳିତ ବିଶ୍ବକପ୍‌ରେ ଗୁରୁବାର ଦୁଇ ପୂର୍ବତନ ଚମ୍ପିଆନ୍ ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ମୁକାବିଲା ହେବ। ଉଭୟ ଦଳ ସେମାନଙ୍କ ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇ ସାରିଛନ୍ତି। ତେଣୁ କ୍ରମାଗତ ୨ୟ ବିଜୟ ହାସଲ କରିବା ଲକ୍ଷ୍ୟରେ ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ୍ ପଡ଼ିଆକୁ ଓହ୍ଲାଇବେ। ଅଦ୍ୟାବଧି ଖେଳିଥିବା ଦଳମାନଙ୍କ ମଧ୍ୟରେ ସବୁଠାରୁ ଘାତକ ପେସ୍ ଆକ୍ରମଣର ପ୍ରଦର୍ଶନ କରିଛି ୱେଷ୍ଟଇଣ୍ଡିଜ୍। ଅଷ୍ଟ୍ରେଲିଆ ଏସୀୟ ଦଳ ଆଫ୍‌ଗାନିସ୍ତାନକୁ ସହଜରେ ପରାସ୍ତ କରିଥିଲେ ହେଁ ଏହାର ବୋଲିଂ ଆକ୍ରମଣ ବିପକ୍ଷରେ ଆଫ୍‌ଗାନିସ୍ତାନ ୨ ଶହରୁ ଅଧିକ ରନ୍ ସ୍କୋର୍‌କରି ପ୍ରମାଣିତ କରିଛି ଯେ ଅଷ୍ଟ୍ରେଲିଆର ବୋଲିଂ ସେପରି ଶାଣିତ ନୁହେଁ। ଦୟନୀୟ ବ୍ୟାଟିଂ କରିଥିବା ପାକିସ୍ତାନକୁ ମାତ୍ର ୧୦୫ ରନ୍‌ରେ ପରାସ୍ତ କରିଥିବା ୱେଷ୍ଟଇଣ୍ଡିଜ୍ ଫାଷ୍ଟବୋଲରଙ୍କ ପ୍ରକୃତ ପରୀକ୍ଷା ଶକ୍ତିଶାଳୀ ଅଷ୍ଟ୍ରେଲିଆର ବ୍ୟାଟିଂ ବିରୋଧରେ ହେବ।
ବିଶ୍ବକପ୍ ଇତିହାସରେ ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ୍ ଦୁଇ ସଫଳ ଦଳ। ପ୍ରଥମ ୨ଟି ବିଶ୍ବକପ୍‌ରେ ୱେଷ୍ଟଇଣ୍ଡିଜ୍ ଚମ୍ପିଆନ୍ ହୋଇଥିବା ବେଳେ ଅଷ୍ଟ୍ରେଲିଆ ସର୍ବାଧିକ ୫ ଥର ବିଶ୍ବକପ୍ ଜିତିପାରିଛି। ଅଷ୍ଟ୍ରେଲିଆ ଦଳକୁ ଷ୍ଟିଭେନ୍ ସ୍ମିଥ୍ ଓ ଡେଭିଡ୍ ୱାର୍ଣ୍ଣର ଫେରିବା ପରେ ଏହି ଦଳର ଶକ୍ତିବୃଦ୍ଧି ହୋଇଛି। ଆଫ୍‌ଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଅଧିନାୟକ ଆରୋନ୍ ଫିଞ୍ଚ୍ ଆକ୍ରମଣାତ୍ମକ ଅର୍ଦ୍ଧଶତକ ହାସଲ କରିବା ଅଷ୍ଟ୍ରେଲିଆ ପାଇଁ ଶୁଭସୂଚନା। ଡେଭିଡ୍ ୱାର୍ଣ୍ଣର ଅପରାଜିତ ୮୯ ରନ୍‌ର ଇନିଂସ ଖେଳି ଫର୍ମରେ ଥିବା ସୂଚନା ଦେଇଛନ୍ତି। ଷ୍ଟିଭେନ୍ ସ୍ମିଥ୍ ୧୮ ରନ୍ କରିଥିଲେ ହେଁ ​‌ଅଭ୍ୟାସ ମ୍ୟାଚ୍‌ରେ ସେ ଶତକ ହାସଲ କରି ସାରିଛନ୍ତି। ଗ୍ଲେନ୍ ମ୍ୟାକ୍ସୱେଲ ତାଙ୍କ ବିସ୍ଫୋରକ ବ୍ୟାଟିଂ ଜରିଆରେ ମ୍ୟାଚ୍‌ର ମଙ୍ଗ ମୋଡ଼ିପାରନ୍ତି। ଉସ୍‌ମାନ ଖାୱାଜା ମଧ୍ୟ ଲମ୍ବା ଇନିଂସ ଖେଳିପାରନ୍ତି। ମାର୍କସ ଷ୍ଟୋଇନିସ୍ ମଧ୍ୟ ଭଲ ଅଲ୍‌ରାଉଣ୍ଡର। ଏହି ମ୍ୟାଚ୍‌ରେ ସବୁଠାରୁ ଚର୍ଚ୍ଚାରେ ରହିବ ୱେଷ୍ଟଇଣ୍ଡିଜ୍ ବ୍ୟାଟ୍‌ସମ୍ୟାନଙ୍କ ବିସ୍ଫୋରକ ବ୍ୟାଟିଂ। ପରିସ୍ଥିତି ଯାହାହେଉ ପଛେ; ୱେଷ୍ଟଇଣ୍ଡିଜ୍‌ର ବ୍ୟାଟ୍‌ସମ୍ୟାନ୍ ସଟ୍ ଖେଳିବେ। କ୍ରିସ୍ ଗେଲ୍‌, ସାଇ ହୋପ୍, ଏଭିନ୍ ଲୁଇସ୍‌, ସିମ୍ରନ୍ ହେତ୍‌ମେୟର ଓ ନିକୋଲାସ୍ ପୁରନ୍ ସମସ୍ତେ ଆକ୍ରମଣାତ୍ମକ ବ୍ୟାଟିଂକରିବେ ନିଶ୍ଚୟ। ପ୍ରଥମ ମ୍ୟାଚ୍‌ରେ ସେମାନେ ଏହାର ଝଲକ ଦେଇ ସାରିଛନ୍ତି। କ୍ରିସ୍ ଗେଲ୍‌ ୩୪ ବଲ୍‌ରୁ ଅର୍ଦ୍ଧଶତକ ମାରିଥିବା ବେଳେ ପୁରନ୍ ୧୯ ବଲ୍‌ରୁ ଅପରାଜିତ ୩୪ ରନ୍ କରିଥିଲେ। ଆଇପିଏଲ୍‌ ହିରୋ ଆ​‌େ​‌ନ୍ଦ୍ର ରସେଲ ଉଭୟ ବ୍ୟାଟିଂ ଓ ବୋଲିଂରେ ମ୍ୟାଚ୍ ବିଜେତା ସାଜିପାରନ୍ତି। ବାମହାତି ଡ୍ୟାରେନ୍ ବ୍ରାଭୋ ୱେଷ୍ଟଇଣ୍ଡିଜ୍ ମଧ୍ୟକ୍ରମକୁ ଦୃଢ଼ତା ଦେବେ। ପ୍ରଥମ ମ୍ୟାଚ୍‌ରେ ପ୍ରଭାବଶାଳୀ ବୋଲିଂ କରିଥିବା ୱେଷ୍ଟଇଣ୍ଡିଜ୍‌ର ଫାଷ୍ଟବୋଲଙ୍କ ଉପରେ ସମସ୍ତଙ୍କ ନଜର ରହିବ। ପାକିସ୍ତାନ ସହ ରସେଲ ମାତ୍ର ୩ ଓଭର ବୋଲିଂକରି ୨ଟି ୱିକେଟ ପାଇଥିବା ବେଳେ ଅଧିନାୟକ ଜେସନ୍ ହୋଲ୍‌ଡର ୩ଟି ୱିକେଟ ପାଇଥିଲେ। ତେବେ ସବୁଠାରୁ ପ୍ରଭାବୀ ବୋଲିଂ କରିଥିଲେ ଓସାନେ ଥମାସ୍। ଏହି ଯୁବ ସିମର ୪ଟି ୱିକେଟ ନେଇ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ। ସର୍ଟ ପିଚ୍ ବୋଲିଂକରି ପାକିସ୍ତାନ ବିପକ୍ଷରେ ଇଣ୍ଡିଜ୍‌ର ଫାଷ୍ଟବୋଲର ସଫଳ ହୋଇଥିଲେ। ତେବେ ୱେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟିଂକୁ ରୋକିବା ପାଇଁ ଅଷ୍ଟ୍ରେଲିଆ ପାଖରେ ଭଲ ବୋଲିଂ ଆକ୍ରମଣ ରହିଛି। ମିଚେଲ ଷ୍ଟାର୍କ ଓ ପ୍ୟାଟ୍ କମିନ୍‌ସ ବିଶ୍ବର ଦୁଇ ଶ୍ରେଷ୍ଠ ଫାଷ୍ଟବୋଲର। ଲେଗ୍‌ସ୍ପିନର ଆଡାମ୍ ଜାମ୍ପା ପ୍ରଥମ ମ୍ୟାଚ୍‌ରେ ୩ଟି ୱିକେଟ ନେଇଛନ୍ତି। ଶେଷରେ ଏତିକି କହିବାକୁ ହେବ ଯେ ମ୍ୟାଚ୍‌ରେ ଅ‌େ‌ଷ୍ଟ୍ରଲିଆ ଦଳ ଫେଭରିଟ୍ ଭାବେ ପଡ଼ିଆକୁ ଓହ୍ଲାଇବ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories