ଡେରାଡୁନ : ବିଜେପି ନେତା ତଥା ଉତ୍ତରାଖଣ୍ଡର ଅର୍ଥମନ୍ତ୍ରୀ ପ୍ରକାଶ ପନ୍ଥଙ୍କର ବୁଧବାର ପରଲୋକ ହୋଇଛି। ଫୁସଫୁସ ସଂକ୍ରମଣ କାରଣରୁ ସେ ଆମେରିକାରରେ ଚିକିତ୍ସିତ ହେଉଥିବାବେଳେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁ ପାଇଁ ରାଜ୍ୟ ସରକାର ତିନିଦିନିଆ ଶୋକ ଘୋଷଣା କରିଛନ୍ତି। ଗୁରୁବାର ପାଇଁ ରାଜ୍ୟରେ ସରକାରୀ ଛୁଟି ଘୋଷଣା କରାଯାଇଛି। ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି। ୧୯୬୦ ନଭେମ୍ବର ୧୧ ତାରିଖରେ ସେ ଉତ୍ତରାଖଣ୍ଡର ପିଥୋରଗଡରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ।
Popular Categories



