www.samajalive.in
Wednesday, December 10, 2025
14.1 C
Bhubaneswar

ୱିଲିୟମ୍‌ସନଙ୍କ ଶତକ ; ନ୍ୟୁଜିଲାଣ୍ଡ ୫ ୱିକେଟରେ ବିଜୟୀ

ମାଞ୍ଚେଷ୍ଟର : ଅଧିନାୟକ ତଥା  ଅଭିଜ୍ଞ ବ୍ୟାଟ୍‌ସମ୍ୟାନ୍ କେନ୍ ୱିଲିୟମ୍‌ସନଙ୍କ ଶତକ ବଳରେ ଶନିବାର ୫ ୱିକେଟରେ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରିଛି ନ୍ୟୁଜିଲାଣ୍ଡ । ଚଳିତ ବିଶ୍ବକପ୍‌​​ରେ ତା’ର ୨ୟ ବିଜୟ ହାସଲ କରିବା ଲାଗି ୱେଷ୍ଟଇଣ୍ଡିଜ୍‌ ୨୯୨ ରନର ପିଛା କରି ୪୯ ଓଭରରେ ୨୮୬ ରନ କରି ଅଲ ଆଉଟ ହୋଇଯାଇଥିଲା ।
ବ୍ରାଥୱେଟଙ୍କ ୧୦୧ ଓ  କ୍ରିସ୍ ଗେଲ୍‌ଙ୍କ ୮୭ ରନ ସତ୍ତ୍ବେ  ୱେଷ୍ଟଇଣ୍ଡିଜ୍ ୪୯ ଓଭରରେ ୨୮୬ ରନ କରି ଅଲ ଆଉଟ ହୋଇଯାଇଥିଲା। ହେତମେୟାରଙ୍କ ଅର୍ଦ୍ଦଶତକ ମଧ୍ୟ ବେକାର ହୋଇଛି। ଏହି ପରାଜୟ ସହିତ ୱେଷ୍ଟଇଣ୍ଡିଜ୍ ୬ଟି ମ୍ୟାଚରୁ ଗୋଟିଏ ବିଜୟ,୪ଟି ପରାଜୟ ଏବଂ  ଗୋଟିଏ ବାତିଲ ମ୍ୟାଚରୁ ୧ ପଏଣ୍ଟ ପାଇ ମୋଟ ୩ ପଏଣ୍ଟ ସହ ୭ମ ସ୍ଥାନରେ ରହିଛି।

କ୍ରମାଗତ ୨ୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମ୍‌ସନ୍ ଶତକ ମାରିଛନ୍ତି । ଫଳରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂକରି ନ୍ୟୁଜିଲାଣ୍ଡ ୮ ୱିକେଟ ହରାଇ ୨୯୧ ରନ୍ କରିପାରିଥିଲା । ଟସ୍ ଜିତି ୱେଷ୍ଟଇଣ୍ଡିଜ୍ ଫିଲ୍‌ଡିଂର ନିଷ୍ପତ୍ତି ନେଇଥିଲା। ବାମହାତି ଫାଷ୍ଟବୋଲର ସେଲ୍‌ଡନ କଟ୍ରେଲ ତାଙ୍କ ଅଧିନାୟକ ଜେସନ୍ ହୋଲ୍‌ଡରଙ୍କ ଏହି ନିଷ୍ପତ୍ତିକୁ ସଠିକ୍ ପ୍ରମାଣିତ କରି ଅଗ୍ନିବର୍ଷୀ ବୋଲିଂ କରିଥିଲେ। କଟ୍ରେଲ୍‌ ମ୍ୟାଚ୍‌ର ପ୍ରଥମ ବଲ୍‌ରେ ନ୍ୟୁଜିଲାଣ୍ଡ ଓପ୍‌ନର ମାର୍ଟିନ୍ ଗପ୍‌ଟିଲଙ୍କୁ ଆଉଟ କରିଥିଲେ। ସେହି ଓଭରର ୫ମ ବଲ୍‌ରେ ଅନ୍ୟ ଓପ୍‌ନର କଲିନ୍ ମନ୍‌ରୋ (୦)ଙ୍କୁ ମଧ୍ୟ କଟ୍ରେଲ ବୋଲ୍‌ଡ କରିଥିଲେ। ଏହାପରେ ଦଳର ଦୁଇ ସବୁଠାରୁ ଅଭିଜ୍ଞ ବ୍ୟାଟ୍‌ସମ୍ୟାନ୍ କେନ୍ ୱିଲିୟମ୍‌ସନ ଓ ରସ୍ ଟେଲର ଦୃଢ଼ତାର ସହ ବ୍ୟାଟିଂ କରିଥିଲେ ଏବଂ ପରବର୍ତ୍ତୀ ୩୪ ଓଭର କ୍ରିଜ୍‌ରେ ରହିଥିଲେ। ଦୁହେଁ ୩ୟ ୱିକେଟ ପାଇଁ ୧୬୦ ରନ୍ ଯୋଡ଼ି ସ୍ଥିତି ମଜ୍‌ଭୁତ କରିଥିଲେ। ଫର୍ମରେ ଥିବା ରସ୍‌ ଟେଲର ୯୫ ବଲ୍‌ରୁ ୭ଟି ଚୌକା ସହ ୬୭ ରନ୍‌କରି ଆଉଟ ହୋଇ ଯାଇଥିଲେ। ପରେ ୱିଲିୟମ୍‌ସନ୍ ୧୨୪ ବଲ୍‌ରୁ ଶତକ ପୂରଣ କରିଥିଲେ। ଚଳିତ ବିଶ୍ବକପ୍‌ରେ ୫ମ ବ୍ୟାଟ୍‌ସମ୍ୟାନ୍ ଭାବେ ୱିଲିୟମ୍‌ସନ ଶତକ ମାରିଛନ୍ତି। ତାଙ୍କ ପୂର୍ବରୁ ଇଂଲଣ୍ଡର ଜୋ ରୁଟ୍, ଅଷ୍ଟ୍ରେଲିଆର ଡେଭିଡ୍ ୱାର୍ଣ୍ଣର, ବାଂଲାଦେଶର ସାକିବ୍ ଅଲ୍‌ ହାସନ୍ ଓ ଭାରତର ରୋହିତ ଶର୍ମା ୨ଟି ଲେଖାଏଁ ଶତକ ହାସଲ କରି ପାରିଛନ୍ତି। ପରେ ଟମ୍ ଲାଥାମ୍ ୧୨ ରନ୍‌କରି ଆଉଟ ହୋଇଥିଲେ। ଶତକ ପୂରଣ ପରେ ୱିଲିୟମ୍‌ସନ ସଟ୍ ଖେଳିବା ଆରମ୍ଭ କରିଥିଲେ। ୱିଲିୟମ୍‌ସନ ୧୫୪ ବଲ୍‌ରୁ ଗୋଟିଏ ଛକା ଓ ୧୪ଟି ଚୌକା ସହ ୧୪୮ ରନ୍‌କରି ବିଦାୟ ନେଇଥିଲେ। କଲିନ୍ ଡି ଗ୍ରାଣ୍ଡହୋମ୍ ମାତ୍ର ୬ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୬ ରନ୍‌କରି ରନ୍‌ଆଉଟ ହୋଇଥିଲେ। ମିଚେଲ ସାଣ୍ଟ୍‌ନର ୧୦ ରନ୍ କରିଥିଲେ। ଜେମ୍‌ସ ନିସାମ୍ ୨୩ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୮ ରନ୍‌ କରିଥିଲେ। ସେଲ୍‌ଡନ କଟ୍ରେଲ ୪ଟି ଓ କାର୍ଲୋସ ବ୍ରାଥ୍‌ୱେଟ ୨ଟି ୱିକେଟ ନେଇଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories