www.samajalive.in
Sunday, December 7, 2025
26.1 C
Bhubaneswar

ପାଣିପାଗ ପର୍ଯ୍ୟବେକ୍ଷଣ କେନ୍ଦ୍ର କଟକକୁ ଐତିହାସିକ ମାନ୍ୟତା

ଡେସ୍କ : ଦୀର୍ଘ୧୫୬ ବର୍ଷ ଧରି ନିରବିଛିନ୍ନ ଭାବେ ପାଣିପାଗ ପର୍ଯ୍ୟବେକ୍ଷଣ ପାଇଁ ବିଶ୍ୱପାଣିପାଗ ସଂସ୍ଥାନ ଦ୍ୱାରା ପାଣିପାଗ ପର୍ଯ୍ୟବେକ୍ଷଣ କେନ୍ଦ୍ର କଟକକୁ ଐତିହାସିକ ପାଣିପାଗ ପର୍ଯ୍ୟବେକ୍ଷଣ କେନ୍ଦ୍ରର ପରିଚୟ ମିଳିଛି । ୧୮୬୭ ମସିହା  ମାର୍ଚ୍ଚ ୨୩ରେ କଟକ ପାଣିପାଗ ପର୍ଯ୍ୟବେକ୍ଷଣ କେନ୍ଦ୍ର ସ୍ଥାପନ ହୋଇଥିଲା। ପାଣିପାଗ ପର୍ଯ୍ୟବେକ୍ଷଣ କେନ୍ଦ୍ର କଟକକୁ ବିଶ୍ୱ ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ସହ ୧୦୦ ବର୍ଷରୁ ଅଧିକ ଦିନ ଧରି ପାଣିପାଗ ସମ୍ପର୍କିତ ପର୍ଯ୍ୟବେକ୍ଷଣ ସୂଚନା ପ୍ରଦାନ କରିଆସୁଥିବାରୁ ବିଶ୍ୱ ପାଣିପାଗ ସଂସ୍ଥାନ ଦ୍ୱାରା ଐତିହାସିକ ପାଣିପାଗ ପର୍ଯ୍ୟବେକ୍ଷଣ ସୂଚନା ପ୍ରଦାନକାରୀ କେନ୍ଦ୍ର ଭାବେ ମାନପତ୍ର ପ୍ରଦାନ କରାଯାଇଛି । ଏହା ଦୀର୍ଘକାଳୀନ ପରିବେଶ ପର୍ଯ୍ୟବେକ୍ଷଣ ମାନବଜାତିର ଅପୂରଣୀୟ ସାଂସ୍କୃତିକ ଏବଂ ବୈଜ୍ଞାନିକ ଐତିହ୍ୟର ଏକ ଅଂଶ, ଯାହା ଦୀର୍ଘକାଳୀନ ଉଚ୍ଚ-ଗୁଣାତ୍ମକ ପର୍ଯ୍ୟବେକ୍ଷଣ ପାଇଁ ବର୍ତ୍ତମାନ ଏବଂ ଭବିଷ୍ୟତ ପିଢ଼ିର ଆବଶ୍ୟକତାକୁ ପୂରଣ କରେ। ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories