www.samajalive.in
Wednesday, December 10, 2025
23.1 C
Bhubaneswar

ମା’କୁ କଟୁରୀରେ ହାଣି ହତ୍ୟାକଲା ପୁଅ

ଭୁବନେଶ୍ବର: କଟକ ବିଡ଼ାନାସୀ ଥାନା କନିକା ଛକରେ ବୀଭତ୍ସ ହତ୍ୟାକାଣ୍ଡ। କଟକରେ ମା’କୁ କଟୁରୀରେ ହାଣି ହତ୍ୟା କଲା ପୁଅ। ମୃତକ କନିକା ରାଜାଙ୍କ ନାତୁଣୀ ବୋହୁ ପରେଶ କୁମାରୀ ଭଞ୍ଜଦେଓ। ଅଭିଯୁକ୍ତକୁ ଅଟକ ରଖି ପୁଲିସର ପଚରାଉଚୁରା ଚାଲିଛି।
ସୂଚନା ଅନୁସାରେ କିଛି ଦିନ ହେବ ଜମିବାଡ଼ିକୁ ନେଇ ଘରେ ବିବାଦ ଲାଗିରହିଥିଲା । ପୂର୍ବରୁ ମଧ୍ୟ ଗୋପାଳ ପରେଶ କୁମାରୀଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ। ଏନେଇ ପୁଲିସକୁ ଖବର ମଧ୍ୟ ଦିଆଯାଇଥିଲା। ତେବେ ପୁଲିସ ଗୋପାଳକୁ ତାଗିଦ କରି ଛାଡ଼ିଦେଇଥିଲେ। ଆଜି ସକାଳେ ଗୋପାଳ ଏକ ଧାରୁଆ ଅସ୍ତ୍ରରେ ପରେଶ କୁମାରୀଙ୍କୁ ହତ୍ୟା କରିଛି। ଏହି ସମୟରେ ପରେଶ ଦେବୀଙ୍କ ଝିଅ ଘରେ ଉପସ୍ଥିତ ଥିଲେ ବୋଲି ଜଣାପଡ଼ିଛି।

ଗୋପାଳ ଭଞ୍ଜଦେଓକୁ ବିଡ଼ାନାସୀ ଥାନାରେ ଅଟକ ରଖାଯାଇଛି। ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories