ମାନସିକ ପାଇଁ ଭକ୍ତ କାଟିଲେ ଜିଭ
କେନ୍ଦୁଝର: ଅନ୍ଧବିଶ୍ବାସର ଅନ୍ଧ ଗଳିରେ ଆଜି ବି ରହିଛି ଓଡିଶାର କିଛି ଜିଲା । ଯେଉଁଠାରେ ଏବେ ବି ପହଞ୍ଚିନି ସଚେତନତା । ଠାକୁରଙ୍କ ନାମରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରର ଅଘଟଣ ଘଟିଥିବା ବେଳେ ଆଜି ପ୍ରସିଦ୍ଧ ଦୈବୀ ପୀଠ କେନ୍ଦୁଝର ଘଟଗାଁ ମା ତାରିଣୀ ମନ୍ଦିରରେ ଆଉ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଭକ୍ତ ମାନସିକ ପାଇଁ ନିଜ ଜିଭ କାଟି ଦେଇଛନ୍ତି । ଯୁବକ ଜଣକଙ୍କ ନାମ ଦଶରଥ ଜେନା ଏବଂ ସେ ଠାକୁରମୁଣ୍ଡା ଅଞ୍ଚଳର ବୋଲି ଜଣପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଘଟଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।