www.samajalive.in
Monday, December 8, 2025
27.1 C
Bhubaneswar

ଗ୍ରାହକଙ୍କ ପସନ୍ଦ ଜୈବିକ ପଦ୍ଧତିରେ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ

ଭୁବନେଶ୍ୱର : ସ୍ୱାସ୍ଥ୍ୟ ସଚେତନ ଗ୍ରାହକମାନେ ସଂପ୍ରତି ଅଧିକରୁ ଅଧିକ ଅର୍ଗାନିକ ବା ଜୈବିକ ପଦ୍ଧତିରେ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ପସନ୍ଦ କରୁଛନ୍ତି । ବିଶେଷକରି କୋଭିଡ-୧୯ ମହାମାରୀ ବ୍ୟାପିବା ପରଠାରୁ ଏଭଳି ଜୈବିକ ପଦ୍ଧତିରେ ପ୍ରସ୍ତୁତ ଅଥବା ଉତ୍ପାଦିତ ଖାଦ୍ୟ ସାମଗ୍ରୀର ଚାହିଦା ଯଥେଷ୍ଟ ବୃଦ୍ଧିପାଇଛି । ଏହାକୁ ଦୃଷ୍ଟିରେ ରଖି ସଂପ୍ରତି ଅନେକ ପ୍ରତିଷ୍ଠିତ କମ୍ପାନୀ ଜୈବିକ ଉତ୍ପାଦ ବଜାରକୁ ଛାଡିବା ଉପରେ ଗୁରୁତ୍ୱ ଦେଉଛନ୍ତି । ତାହାସହିତ ଜୈବିକ କୃଷିକୁ ମଧ୍ୟ ସମାନ ଗୁରୁତ୍ୱ ଦିଆଯାଉଛି । ଏଥିସହିତ ଭାରତୀୟଙ୍କର ଖାଦ୍ୟ ଶୈଳୀ ବଦଳିବାରେ ଲାଗିଛି । ସେମାନେ ବିଭିନ୍ନ ଦେଶର ଖାଦ୍ୟକୁ ଭାରତୀୟ ସ୍ୱାଦଦେଇ ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ୨୪ ମନ୍ତ୍ରା ଅର୍ଗାନିକ ନୂଆ ଅର୍ଗାନିକ ପାସ୍ତା ଏବଂ ସିମେଇ ପ୍ରସ୍ତୁତ କରିଛି । ସଂପୂର୍ଣ୍ଣ ଭାବରେ ଜୈବିକ ଏବଂ ରାସାୟନିକ କୀଟନାଶକ ଏବଂ ସାରରୁ ମୁକ୍ତ ଏହି ନୂଆ ପିଢିର ଉତ୍ପାଦ ଖାଉଟିଙ୍କୁ ସମ୍ପୂର୍ଣ୍ଣ ଶୁଦ୍ଧତା ଏବଂ ନିରାପତ୍ତାର ଭରସା ଦେଉଛି । ପ୍ରୋଟିନ ସଚେତନ ମାତ୍ରାଧିକ ସାଣ୍ଡୱିଚପ୍ରେମୀଙ୍କ ପାଇଁ ଏହି ଦୁଇ ସ୍ୱାସ୍ଥ୍ୟକର ଉତ୍ପାଦ ସହିତ ଯୋଗ ହୋଇଛି ପିନଟ୍‍ ବଟର ।
ପାସ୍ତା ଦୁଇଟି କିସମରେ ଉପଲବ୍ଧ ହେଉଛି, ଯଥା- ମାକାରୋନି ଏବଂ ଫୁସିଲି ଏବଂ ସିମେଇ ଭଜା ଓ ସ୍ୱାଭାବିକ କିସମରେ ଉପଲବ୍ଧ ହେଉଛି । ଉଭୟ ସିମେଇ ଓ ପାସ୍ତା ୨୪ ମନ୍ତ୍ରା ଅର୍ଗାନିକର ଚକି ପେଷା ଅଟାରୁ ପ୍ରସ୍ତୁତ ହୋଇଛି । ଏଥିରେ ଅଧିକ ତନ୍ତୁଜାତୀୟ ଏବଂ ପୋଷକ ଉପାଦାନ ରହିଛି ଯାହା ଏହାକୁ ଯେକୌଣସି ବୟସ ବର୍ଗର ଲୋକଙ୍କ ପାଇଁ ଉପଯୁକ୍ତ କରି ଗଢିତୋଳୁଛି । ଏଥିରେ ବ୍ୟବହାର କରାଯାଇଥିବା ସମସ୍ତ ଉପାଦାନ ସର୍ବୋତ୍ତମ ଗୁଣ ମାନର ଯାହାକୁ ସମଗ୍ର ଦେଶରେ ଥିବା ଏହାର ୬୦,୦୦୦ରୁ ଅଧିକ କୃଷକ ନେଟୱର୍କରୁ ସଂଗ୍ରହ କରାଯାଇଛି ।
ଅନ୍ୟପକ୍ଷରେ ପିନଟ୍‍ ବଟରରେ ସାଧାରଣ ବଟର ଏବଂ ମାର୍ଗାରାଇନ ତୁଳନାରେ କମ୍‍ ପରିମାଣରେ ଚର୍ବିଅଂଶ ରହିଛି । ପିନଟ୍‍ ବଟରକୁ ଭଜା ଯାଇଥିôବା ବାଦାମକୁ ଗୁଣ୍ଡକରି ପ୍ରସ୍ତୁତ କରାଯାଇଛି ଯାହା ଚର୍ବିଜାତୀୟ ଖାଦ୍ୟ ଏବଂ ଉତ୍ତମ ପରିମାଣର ପ୍ରୋଟିନର ଏକ ଭଲ ଉତ୍ସ ହୋଇଛି । ପିନଟ୍‍ର ପ୍ରୋଟିନରେ ଲାଇସିନ, ଥ୍ରେଓନାଇନ ଭଳି ଗୁରୁତ୍ୱପୂର୍ଣ୍ଣ ଆମିନୋ ଏସିଡ ରହିଛି । କମ୍ପାନୀର ପିନଟ୍‍ ବଟର ପଟାସିୟମ, ତମ୍ବା, ମ୍ୟାଗନେସିୟମ, ମାଙ୍ଗାନିଜ, ଦନ୍ତା ଏବଂ ସେଲେନିୟମ ଭଳି ବହୁ ଖଣିଜର ଏକ ଉତ୍ତମ ଉତ୍ସ ଅଟେ, ଯାହା ଭିଟାମିନ ବି ଏବଂ ଭିଟାମିନ ଇ’ରେ ରୂପାନ୍ତରିତ ହୋଇଥାଏ । ଅର୍ଗାନିକ ପିନଟ୍‍ ବଟର ଶରୀରର ଓଜନ ବୃଦ୍ଧି ଏବଂ ମାଂସପେଶୀକୁ ମଜଭୁତ କରିବା ନିମନ୍ତେ ଏକ ଚମତ୍କାର ଉତ୍ସ ଏବଂ ଏହା ହୃତପିଣ୍ଡ ସ୍ୱାସ୍ଥ୍ୟ ନିମନ୍ତେ ମଧ୍ୟ ଅତ୍ୟନ୍ତ ଉପକାରୀ । କାରଣ ଏଥିରେ ସଠିକ ପରିମାଣରେ ମନୋସାଚୁରେଟେଡ ଏବଂ ପଲିଅନ୍‍ସାଚୁରେଟେଡ ଫ୍ୟାଟି ଏସିଡର ମିଶ୍ରଣ ଘଟିଛି, ଯାହା ଏଥିରେ ଉପସ୍ଥିତ ରହିଛି ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories