www.samajalive.in
Monday, December 8, 2025
27.1 C
Bhubaneswar

୧୨ କେଜି ଗଞ୍ଜେଇ ଜବତ ; ୨ ଅଟକ

ନବରଙ୍ଗପୁର,ପାପଡାହାଣ୍ଡି :  ୧୨ କେଜି ଗଞ୍ଜେଇ ସହ ୨ଜଣ ଅଟକ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ତୁମ୍ଭର୍ଲା ଫାଣ୍ଡି ଅଧିକାରୀ ସୂବେନ୍ଦୁ କୁମାର ବେହେରାଙ୍କ ନେତୃତ୍ୱରେ ସ୍ଥାନୀୟ ଫାଣ୍ଡି ନିକଟସ୍ଥ ରାସ୍ତାରେ ଏକ ବାଇକ ଯୋଗେ ଯାଉଥିବା ବେଳେ ସେମାନଙ୍କୁ କାବୁ କରିବାରେ ପୁଲିସ ସଫଳ ହୋଇଛି । ଏବଂ ସେମାନଙ୍କ ଠାରୁ ୧୨କେଜି ଗଞ୍ଜେଇ ଜବତ କରିବା ସହ ୨ଜଣକୁ ଅଟକ ରଖିଛନ୍ତି ।
ସୂଚନା ମୁତାବକ ବିଶେଷ ସୂତ୍ରରୁ ଖବର ପାଇ ତୁମ୍ଭର୍ଲା ପୁଲିସ ଫାଣ୍ଡି ନିକଟରେ ଜଗିଥିଲେ ପାପଡାହାଣ୍ଡି ପଟୁ ଆସୁଥିବା ଏକ ନାଲି ରଙ୍ଗ ର ବାଇକ  ସନ୍ଦେହ ରେ ଅଟକାଇ ଚେକିଂ କଲାବେଳେ ଅଭିଯୁକ୍ତ ମାନେ ଦଉଡି ପଳାଉଥିବା ବେଲେ, ଫାଣ୍ଡି କର୍ମଚାରୀ ଯଥା ରାମ ହରିଜନ, ପ୍ରଫୁଲ୍ଲ ହରିଜନ, ମଙ୍ଗଳ ଭତରା, ସୁବାସ ସାହୁ ଉକ୍ତ ଦୁଇଜଣକୁ କାବୁ କରିଥିଲେ । ତାଙ୍କ ବାଇକ ରୁ ୧୨କେଜି ଗଞ୍ଜେଇ ଜବତ କରିଥିଲେ।  ଉକ୍ତ ଦୁଇଜଣ ଲମତାପୁଟ ଅଂଚଳ ର ଟୀକାପୁର ଗାଁ ର ସୋମନାଥ ଗେମେଲ, ଓ ଗୋପାଳ ସାହୁ, ସେମାନେ କଳାହାଣ୍ଡି କୁ ଗଞ୍ଜେଇ ସ୍ଥାନାଂତର କରୁଥିବା ପୁଲିସ ନିକଟରେ  ଫାଣ୍ଡି ଅଧିକାରୀ ସୂବେନ୍ଦୁ ବେହେରା ସୂଚନା ଦେଇଛନ୍ତି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories