www.samajalive.in
Thursday, December 11, 2025
15.1 C
Bhubaneswar

ଦହି ପାମ୍ପଡ ତରକାରୀ

ଆବଶ୍ୟକ ସାମଗ୍ରୀ
ଦହି – ୨କପ
ମୁଗ ପାମ୍ପଡ – ୨ଟି
ବେସନ – ୩ ରୁ ୪ ଚାମଚ
ବୁନ୍ଦି – ୧ରୁ ୪କପ
ଜିରା – ୧ ଚାମଚ
କଟା ଯାଇଥିବା ଅଦା – ୧ ଚାମଚ
ଲଙ୍କାଗୁଣ୍ଡ – ଆବଶ୍ୟକ ପରିମାଣରେ
ହଳଦୀ ଗୁଣ୍ଡ – ଅଳ୍ପ
ଗରମ ମସଲା – ୧ ଚାମଚ
ଧନିଆ ଗୁଣ୍ଡ – ୧ ଚାମଚ
ଶୁଖିଲା ଲଙ୍କା – ୨ଟି
ଧନିଆପତ୍ର – ଆବଶ୍ୟକ ପରିମାଣରେ
ହେଙ୍ଗୁ – ସାମାନ୍ୟ
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସରେ ତାୱା ବସାଇ ପାମ୍ପଡକୁ ଖାଲି ଭଲ ଭାବେ ଭାଜି ଦିଅନ୍ତୁ। ଭାଜିବା ପରେ ଏହାକୁ ଛୋଟ ଛୋଟ ଖଣ୍ଡ କରି ରଖନ୍ତୁ। ଏବେ ଏକ ପାତ୍ରରେ ଦହି ନେଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ଏବେ ଏଥିରେ ବେସନ,ଲଙ୍କା ଗୁଣ୍ଡ, ହଳଦୀ ପକାଇ ଫେଣ୍ଟନ୍ତୁ। ଏଥିରେ ୨କପ ପାଣି ମିଶାନ୍ତୁ। ଏହାପରେ ଗ୍ୟାସରେ ଏକ କଡେଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଜିରା, କଞ୍ଚାଲଙ୍କା, ଶୁଖିଲା ଲଙ୍କା,ପିଆଜ ପକାଇ ଭାଜନ୍ତୁ। ଭାଜିବା ପରେ ସାମାନ୍ୟ ହଳଦୀ ଗୁଣ୍ଡ,ଲଙ୍କାଗୁଣ୍ଡ ଲୁଣ, ଓ ରଖି ଥିବା ମିଶ୍ରଣକୁ ପକାନ୍ତୁ। ଏବେ ଏଥିରେ ଭାଜି ରହିଥିବା ପାମ୍ପଡ ପକାଇ ୩ରୁ ୪ ମିନିଟ ଗ୍ୟାସରେ ବସାଇ ଏକ ପାତ୍ରକୁ କାଢି ଧନିଆପତ୍ର ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଦହି ପାମ୍ପଡ ତରକାରୀ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories