www.samajalive.in
Sunday, December 7, 2025
14.1 C
Bhubaneswar

ପାର୍ବଣ ପାଇଁ କଟକରେ ବିଭିନ୍ନ ଦୋକାନରେ ସିଏମସି ସ୍ୱାସ୍ଥ୍ୟ ବିଭାଗର ଚଢାଉ..

କଟକ: ଦଶହରା ପୂର୍ବରୁ ଲୋକଙ୍କ ସ୍ୱାସ୍ଥ୍ୟ ଓ ଉନ୍ନତ ମାନର ଖାଦ୍ୟ ଜିନିଷ ପାଇଁ ସିଏମସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ଦେଖାଦେଇଛି । ଆକ୍ସନ ମୁଡରେ ରହିଛି ସିଏମସି ସ୍ୱାସ୍ଥ୍ୟ ବିଭାଗ । ଷ୍ଟ୍ରିଟ ଫୁଡ଼ ଉପରେ ଚଢାଉ କରାଯାଇଛି । ବୁଧବାର ସେପ୍ଟେମ୍ବର ୧୮ରେ କଟକ ଦୋଳମୁଣ୍ଡାଇ ଛକରେ ବିଭିନ୍ନ ରେସ୍ତୋରାଁ ଓ ରାସ୍ତାକଡ ଖାଦ୍ୟ ଷ୍ଟଲରେ ଯାଞ୍ଚ କରିଛନ୍ତି ସିଏମସି ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଏବଂ ଫୁଡ ସେଫଟୀ ଅଧିକାରୀ। ଦୋଳମୁଣ୍ଡାଇ ନିକଟ ବିଭିନ୍ନ ରେସ୍ତୋରାଁ, ଫାଷ୍ଟ ଫୁଡ଼, ଜଳଖିଆ ଦୋକାନ, ଚାଟ୍, ମୋମୋ, ଗୁପଚୁପ୍, ମକ୍କା ଏବଂ ଦହିବରା ଦୋକାନରେ ସ୍ବାସ୍ଥ୍ୟ ବିଭାଗ ଟିମ୍ ଯାଞ୍ଚ କରିଛି। ପାର୍ବଣ ଆରମ୍ଭ ହେଉଥିବାରୁ ଅପମିଶ୍ରିତ ଖାଦ୍ୟ ବିକ୍ରିକୁ ରୋକିବାକୁ ଟିମ୍ ଏହି ଯାଞ୍ଚ କରିଛି। ଯାଞ୍ଚ ସମୟରେ କିଛି ଷ୍ଟଲରେ ଖାଦ୍ୟର ମାନ ଖରାପ, ରଙ୍ଗ ମିଶା ଖାଦ୍ୟ ଥିବା ଯୋଗୁଁ ସମ୍ପୃକ୍ତ ଦୋକାନୀକୁ ସ୍ୱାସ୍ଥ୍ୟ ବିଭାଗ ଟିମ ପକ୍ଷରୁ ଜୋରିମାନା ଆଦାୟ କରାଯାଇଛି। ଏହାସହ ଦୋକାନ ମାନଙ୍କର ଫୁଡ଼ ଲାଇସେନ୍ସ ଅଧିକାରୀଙ୍କ ଦ୍ଵାରା ଯାଞ୍ଚ କରାଯାଇଥିଲା। ଏହି ଚଢାଉ ପାର୍ବଣ ଶେଷ ପର୍ଯ୍ୟନ୍ତ ଜାରି ରହିବ ବୋଲି ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର କହିଛନ୍ତି ।

ମାତ୍ର ୫୦ ଟଙ୍କା : ଜିଓ ଦେଉଛି ମାଗଣା ରିଚାର୍ଜ, ବର୍ଷଯାକ ମିଳିବ ଅସୀମିତ ଡାଟା ସହ ଏସବୁ ସୁବିଧା..

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories