www.samajalive.in
Sunday, December 7, 2025
16.1 C
Bhubaneswar

ଭାଇ ସାଜିଲା ସଇତାନ ; ବଡ ଭାଇ ପରିବାରକୁ ହତ୍ୟା କଲା ସାନ ଭାଇ

କଟକ : କଟକ ଜିଲା ମାହାଙ୍ଗା ଥାନା କୁସୁପୁରରେ ଗଣ ହତ୍ୟା ହୋଇଛି। ଜମିବାଡି ବିବାଦକୁ କେନ୍ଦ୍ର କରି ବଡ ଭାଇର ପରିବାରକୁ ହତ୍ୟା କଲା ସାନ ଭାଇ। ବଡ ଭାଇର ପୂରା ପରିବାରକୁ ସାନଭାଇ ହତ୍ୟା କରିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଶିବ ପ୍ରସାଦ ସାହୁ ନାମକ ବ୍ୟକ୍ତି ନିଜ ବଡ ଭାଇ, ଭାଉଜ, ଦୁଇ ପୁତୁରା ଓ ଝିଆରୀକୁ ହତ୍ୟା କରିଛି। ମୃତକ ହେଲେ ବଡଭାଇ ଅଲେଖ ପୃଷ୍ଟି, ପୁଅ ସ୍ମୃତି ସାଇ, ସ୍ମୃତି ସୌରଭ,ପତ୍ନୀ ରଶ୍ମିରେଖା ପୃଷ୍ଟି,ସୃତି ସନ୍ଧ୍ୟା ସାହୁ । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ସାନ ଭାଇ ଘରେ ତାଲା ପକାଇ ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନାରେ  ଆତ୍ମସମର୍ପଣ କରିଛି। ଖବର ପାଇ ଘଟଣା ସ୍ଥଳରେ ପୁଲିସ ଓ ମାଜିଷ୍ଟ୍ରେଟ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ପାରିପାଶ୍ୱିର୍କ ଅବସ୍ଥାରୁ ରାତିରେ ଶୋଇଥିବା  ବେଳେ ସମସ୍ତଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି ବୋଲି ଜଣାପଡିଛି।
ଥାନାରେ ଆତ୍ମସମର୍ପଣ କରିବା ସହ ହତ୍ୟା କରିଥିବା ନେଇ ଶିବ ପ୍ରସାଦ ସାହୁ ଭିଡିଓରେ ସ୍ୱୀକାର କରିଛି। ବନ୍ଦ ଘରର କୋଠରୀ ଖୋଲି ପୁଲିସ ମୃତଦେହ ଜବତ କରିବା ସହ ପୁଲିସ ଫୋର୍ସ ମୁତୟନ କରାଯାଇଛି।  ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିବା ବେଳେ ପୁଲିସ ଅନୁସନ୍ଧାନୀ ଦଳ ସାହାଯ୍ୟରେ ତଦନ୍ତ ଜାରି ରହିଛି । ଘଟଣା ସ୍ଥଳରେ କଟକ ଏସପି ବି ଯୁଗଳ କିଶୋର ,ଡ଼ିଏସପି ବିମଳ ବାରିକ ,ମାହାଙ୍ଗା ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତି ପହଂଚି ଶବ ଜବତ କରି ବ୍ୟବଛେଦ ନିମନ୍ତେ କଟକ ବଡ ମେଡିକାଲ ପଠାଇଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories