www.samajalive.in
Sunday, December 7, 2025
16.1 C
Bhubaneswar

ଉଦ୍ଧାର ଅଭିଯାନ ଶେଷ: ୪୫ ଘଣ୍ଟାରେ ବଞ୍ଚିଲା ୪୬ ଜୀବନ, ୩ ମୃତ

ରାଞ୍ଚି: ଝାଡ଼ଖଣ୍ଡର ଦେଓଘର ଜିଲା ତ୍ରିକୁଟ ପର୍ବତ ରୋପୱେ ଦୁର୍ଘଟଣା ପରେ ଚାଲିଥିବା ଉଦ୍ଧାରକାର୍ଯ୍ୟ ଶେଷ ହୋଇଛି। ଦୀର୍ଘ ୪୫ ଘଣ୍ଟା ଧରି ଚାଲିଥିବା ଏହି ଅଭିଯାନରେ ୪୬ଟି ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସଫଳ ହୋଇଛି ସେନା। ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଛି। ସେନା, ବାୟୁ ସେନା, ଅଇଟିବିପି, ଏନଡିଆରଏଫର ମିଳିତ ସହଯୋଗରେ ଚାଲିଥିବା ଉଦ୍ଧାର ଅଭିଯାନରେ ସୋମବାର ୩୩ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ସେହିପରି ଆଜି ୧୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଉଦ୍ଧାର ସମୟରେ ଆଜି ମଧ୍ୟ ଜଣେ ମହିଳା ପାହାଡ଼ରୁ ତଳକୁ ଖସି ପ୍ରାଣ ହରାଇଛନ୍ତି।

ସୂଚନାଯୋଗ୍ୟ, ଏହି ଦୁର୍ଘଟଣାରେ ମୋଟ୍‌ ୩ ଜଣଙ୍କର ମୃତ୍ୟୁ ଘଟିଛି। ସୋମବାର ଅପରାହ୍ନରେ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଥିଲା। ଏହାପରେ ସନ୍ଧ୍ୟାରେ ଜଣେ ବ୍ୟକ୍ତି ହେଲିକପ୍ଟରରୁ ଖସିପଡ଼ିଥିଲେ। ହାତ ଖସିଯିବା କାରଣରୁ ଖସିପଡ଼ି ତାଙ୍କର ମୃତ୍ୟୁ ଘଟିଥିଲା। ମଙ୍ଗଳବାର ମଧ୍ୟ ଜଣେ ମହିଳା ପାହାଡ଼ରୁ ଖସିପଡ଼ି ପ୍ରାଣ ହରାଇଛନ୍ତି।

- Advertisement -

 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories