nua o banner

ତିରୁମାଳା ଭେଙ୍କଟେଶ୍ବର ମନ୍ଦିରରେ ଦଳାଚକଟା ପରିସ୍ଥିତି; ୩ ଆହତ

BJD Bijuli 480×75 Mob

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ସ୍ଥିତ ତିରୁମାଳା ଭେଙ୍କଟେଶ୍ବର ମନ୍ଦିରରେ ମଙ୍ଗଳବାର ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି, ଯଦ୍ବାରା ସେଠାରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହା କାରଣରୁ ସେଠାରେ ଏପର୍ଯ୍ୟନ୍ତ ତିନି ଜଣ ଆହତ ହୋଇଥିବା ଜଣାପଡ଼ିଛି।


ସୂଚନା ମୁତାବକ, ଭକ୍ତମାନେ ସର୍ବ ଦର୍ଶନ ଟିକେଟ ଆଣିବାକୁ ଟିକେଟ କାଉଣ୍ଟରରେ ପ୍ରବଳ ଭିଡ଼ ଜମାଇଥିଲେ। ଫଳରେ ସେଠାରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଠାରେ ସର୍ବ ଦର୍ଶନମ୍‌ ଅର୍ଥ ‘ସମସ୍ତଙ୍କୁ ଦର୍ଶନ’। ତିରୁମାଲା ତିରୁପତି ଦେବସ୍ଥାନମ୍ ନାମକ ଟ୍ରଷ୍ଟ ଭକ୍ତମାନଙ୍କୁ ମାଗଣା ଦର୍ଶନର ସୁବିଧା ଯୋଗାଇ ଦିଅନ୍ତି। ସପ୍ତାହର ବିଭିନ୍ନ ଦିନରେ ସର୍ବଦର୍ଶନମର ସମୟ ବଦଳିଥାଏ। ଅନ୍ୟ ଦର୍ଶନ ପଦ୍ଧତିଠାରୁ ଏଥିରେ ଦର୍ଶନ ପାଇଁ ନମ୍ବର ଆସିବାକୁ ଅଧିକ ସମୟ ଲାଗିଥାଏ।


ସୂଚନାଯୋଗ୍ୟ, କରୋନା ସମୟରେ ଶ୍ରଦ୍ଧାଳୁଙ୍କ ପାଇଁ ତିରୁମାଳା ଭେଙ୍କଟେଶ୍ବର ମନ୍ଦିର ବନ୍ଦ ଥିଲା। ଚଳିତ ବର୍ଷ ମାର୍ଚ୍ଚ ୧୪ ତାରିଖରେ ସେଠାରୁ କରୋନା କଟକଣା ହଟାଇ ଦିଆଯାଇଥିଲା।

Comments are closed.