www.samajalive.in
Sunday, December 14, 2025
23.1 C
Bhubaneswar

୩ଦିନ ବିତିଲା, ରାସ୍ତା ପାର୍ଶ୍ବରେ ପଡିଛନ୍ତି ଅସହାୟ ବୃଦ୍ଧ

କଟକ : ମହାନଦୀ ରିଂବନ୍ଧର ଡିସିପି ଅଫିସ ନିକଟସ୍ଥ ରାସ୍ତାପାର୍ଶ୍ବରେ ଜଣେ ଅସହାୟ ବୃଦ୍ଧ ପଡିରହିଛନ୍ତି। ଏ ସଂକ୍ରାନ୍ତରେ ଖବର ପ୍ରକାଶ ହେବାର ୩ଦିନ ବିତି ଯାଇଥିଲେ ମଧ୍ୟ ପ୍ରଶାସନ କିମ୍ବା ପୁଲିସ ପକ୍ଷରୁ ତାଙ୍କୁ ଥଇଥାନ କରିବା ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ମହାନଦୀ ରିଂବନ୍ଧ ରାସ୍ତାର ଡିସିପି ଅଫିସ ସନ୍ନିକଟରେ ଜଣେ ଅସହାୟ ବୃଦ୍ଧ ଦୟନୀୟ ଅବସ୍ଥାରେ ପଡିରହିଛନ୍ତି। ସମ୍ପୃକ୍ତ ବୃଦ୍ଧଙ୍କୁ ଉଦ୍ଧାର କରିବା ପାଇଁ କରିବା ପାଇଁ ପୁଲିସ କିମ୍ବା ପ୍ରଶାସନ କୌଣସି ତତ୍ପରତା ଦେଖାଉନାହାନ୍ତି। ଏ ସଂକ୍ରାନ୍ତରେ ପୁଲିସ ନିକଟରେ ସୂଚନା ଥିଲେ ମଧ୍ୟ କରୋନା ସଂକ୍ରମଣ ଭୟରେ କେହି ପୁଲିସ କର୍ମଚାରୀଙ୍କୁ ତାଙ୍କୁ ଛୁଇଁବାକୁ ସାହସ କରୁନାହାନ୍ତି। ସେହିପରି ଆମ୍ବୁଲାନ୍ସ କର୍ମଚାରୀମାନେ ମଧ୍ୟ ସମ୍ପୃକ୍ତ ବୃଦ୍ଧଙ୍କୁ ନେବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। କରୋନା ସଂକ୍ରମଣ ଆଶଙ୍କାକୁ ଦୃଷ୍ଟି ପ୍ରଶାସନ ସମସ୍ତଙ୍କ ପାଇଁ ସୁବିଧା କରୁଥିବାବେଳେ ଅସହାୟ ଏବଂ ନିରାଶ୍ରୟଙ୍କ ପ୍ରତି ଆଖି ବୁଜି ଦେଇଥିବା ସାଧାରଣରେ ମତପ୍ରକାଶ ପାଇଛି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories