www.samajalive.in
Sunday, December 7, 2025
16.1 C
Bhubaneswar

କାନ୍ଦିବା ଶରୀର ପକ୍ଷେ ଭଲ

କୌଣସି ବ୍ୟକ୍ତି କାନ୍ଦିଲେ ଆମକୁ ଦୁଃଖ ଲାଗେ। ଏହାସହ କୌଣସି ବ୍ୟକ୍ତିଙ୍କୁ କିଛି କଷ୍ଟ ପହଞ୍ଚି​‌ଲେ ସେ କାନ୍ଦି ଥାଆନ୍ତି। କାନ୍ଦିବା ଶରୀର ପାଇଁ ଲାଭଦାୟକ ବୋଲି କୁହାଯାଇଛି। ଯେତେବେଳେ ଆପଣଙ୍କ ଆଖିରୁ ଲୁହ ବାହାରେ ସେତେବେଳେ ଅନେକ କଷ୍ଟ ଲାଘବ ହୋଇଯାଇଥାଏ। ୧୦ମିନିଟ ଯଦି ଆପଣ କାନ୍ଦୁଛନ୍ତି ତେବେ ଅନେକ ପ୍ରକାରର ସମସ୍ୟା ଦୂର ହୋଇଥାଏ। ତେବେ ଆସନ୍ତୁ ଜାଣିବା କାନ୍ଦିବା ଶରୀରକୁ କ’ଣ ଓ କିପରି ଲାଭ ମିଳେ ..

କଣ୍ଠ ଭାରି ଲାଗେ :

- Advertisement -

ଆପଣ ଦେଖିଥିବେ କୌଣସି ବ୍ୟକ୍ତି କାନ୍ଦିବା ପରେ ତାଙ୍କୁ କଣ୍ଠ ଭାରି ଲାଗେ। କଥା କହିବା ବେଳକୁ କିଛି ପରିବର୍ତ୍ତନ ହୋଇଥାଏ। କାରଣ ଷ୍ଟ୍ରେସ ନାମକ ଏକ ହର୍ମୋନ ଆମ ତଣ୍ଟିରେ କିଛି ପରିବର୍ତ୍ତନ କରିଥାଏ। ଏହାସହ ନିଶ୍ବାସପ୍ରଶ୍ବାସକୁ କମ କରି ଦେଇଥାଏ। ଏପରି ହେବା ଦ୍ବାର ତଣ୍ଟି ବା କଣ୍ଠ ଭାରି ହୋଇଯାଏ।

ଉଚ୍ଚ ରକ୍ତଚାପରୁ ମୁକ୍ତି :

କାନ୍ଦିବା ଦ୍ବାରା କେବଳ ଚିନ୍ତା କମ ହୋଇ ନ ଥାଏ ଉଚ୍ଚ ରକ୍ତଚାପରୁ ମଧ୍ୟ ମୁକ୍ତି ମିଳିଥାଏ। ଏହାଦ୍ବାରା ହୃଦଘାତ ହେବାର ସମ୍ଭାବନା ମଧ୍ୟ କମ ହୋଇଯାଇଥାଏ।

ବ୍ୟାକ୍ଟେରିଆ ନଷ୍ଟ ହୋଇଯାଏ :

ଲୁହ ଆପଣଙ୍କ କଷ୍ଟକୁ ମନରୁ ବାହାର କରିଥାଏ। ଏହାସହ ମସ୍ତିଷ୍କ, ହୃହୟକୁ ମଧ୍ୟ ସଚଳ କରିଥାଏ। କାନ୍ଦିବା ଦ୍ବାରା ଆପଣଙ୍କ ମନ ହାଲୁକା ହୋଇଯାଏ। ଆରାମ ଲାଗିଥାଏ ଏବଂ କଷ୍ଟ ଦୂରେଇ ଯାଇଥାଏ।

ଚିନ୍ତାରୁ ମୁକ୍ତି :

କାନ୍ଦିବା ଯୋଗୁଁ ବ୍ୟକ୍ତିଙ୍କ ମନରୁ ନକରାତ୍ମକ ଭାବନା ଦୂର ହୋଇଯାଇଥାଏ। ସେହି ସ୍ଥାନରେ ସକାରାତ୍ମକ ଭାବନା ସଞ୍ଚାର ହୋଇଥାଏ। ଏହି କାରଣରୁ ବ୍ୟକ୍ତି ଚିନ୍ତା ମୁକ୍ତ ରହିଥାଆନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories