www.samajalive.in
Friday, December 5, 2025
20.1 C
Bhubaneswar

ପାଟନାରେ ଅପହରଣ: ମୁଣ୍ଡ ଜାମିନ ପାଇଁ ମାଗିଲେ ୬୦ଲକ୍ଷ

ପାଟନା: ବିହାରର ଆଇନ ଶୃଙ୍ଖଳା ପରିସ୍ଥିତି କ୍ରମଶଃ ବିଗାଡ଼ିବାରେ ଲାଗିଛି। ଅପରାଧ ନିୟନ୍ତ୍ରଣ କରିବାରେ ପୁଲିସ ସମ୍ପୂର୍ଣ୍ଣ ବିଫଳ ହୋଇ ପଡ଼ିଥିବାବେଳେ ନୀତୀଶ ସରକାରଙ୍କୁ ରାଜନୈତିକ ସମାଲୋଚନାର ଶିକାର ହେବାକୁ ପଡ଼ୁଛି। ପାଟନାରେ ରୂପସପୁରରେ ଅନୁରୂପ ଘଟଣା ଏବେ ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ପାଟନାର ରୂପସପୁରରେ ଜନୈକ ଡାକ୍ତରଙ୍କ ପୁଅ ଅପହରଣ ଘଟଣାରେ ଦୁବୃତ୍ତମାନେ ସମ୍ପୃକ୍ତ ଡାକ୍ତରଙ୍କୁ ମୁଣ୍ଡ ଜାମିନ ବଦଳରେ ୬୦ଲକ୍ଷ ଟଙ୍କା କ୍ଷତିପୂରଣ ମାଗିଛନ୍ତି। ଡାକ୍ତରଙ୍କ ପୁଅ ସତ୍ୟମ ବିଗତ ୩ଦିନ ଧରି ନିଖୋଜ ହୋଇଯାଇ ଥିଲା। ପ୍ରାରମ୍ଭିକ ଅଭିଯୋଗ ପରେ ପୁଲିସ ପକ୍ଷରୁ ଏହାକୁ ନିରୁଦ୍ଦିଷ୍ଟ ମାମଲା ରୁଜୁ କରାଯାଇ ସତ୍ୟମଙ୍କୁ ଖୋଜାଖୋଜି ଆରମ୍ଭ ହୋଇଥିଲା। ତେବେ ଶୁକ୍ରବାର ଡାକ୍ତରଙ୍କ ପରିବାରବର୍ଗଙ୍କ ନିକଟରେ ଆସିଥିବା ଏକ ଫୋନ ଉକ୍ତ ପରିବାରବର୍ଗଙ୍କ ପାଦ ତଳୁ ମାଟି ଖସାଇ ଦେଇଛି। ପାଟନା ସିଟି ଏସପି ଖୋଦ୍‍ ଉକ୍ତ ମାମଲାର ତଦନ୍ତ କରୁଛନ୍ତି। ଡ.ଶଶିଭୂଷଣ ଗୁପ୍ତା ପାଟନାସ୍ଥିତ ବାଲାଜୀ ସିଟି ଆପାଟମେଣ୍ଟର ୧୨/ସିରେ ବସବାସ କରୁଥିଲେ। ତାଙ୍କ ପୁଅ ୨୭ସେପ୍ଟେମ୍ବରରେ ସତ୍ୟମ୍‍ ଟ୍ୱୁସନ ଯାଇ ଆଉ ଘରକୁ ନଫେରିବାରୁ ପରିବାରବର୍ଗ ଶେଷରେ ପୁଲିସର ଦ୍ୱରସ୍ତ ହୋଇଥିଲେ। ମାମଲାର ସମ୍ବେଦନଶୀଳତା ଓ ଜାମିନ ବାବଦକୁ ମଗା ଯାଇଥିବା ବିଶାଳ ଅର୍ଥରାଶିକୁ ଦୃଷ୍ଟିରେ ରଖି ପୁଲିସ ଏବାବଦରେ କୌଣସି ସୂଚନା ଗଣମାଧ୍ୟମରେ ଦେବା ଉଚିତ ମଣୁ ନାହିଁ। ଅପରପକ୍ଷରେ ୨ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇ ପଚରାଉଚରା ଜାରି ରହିଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories