ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ଦଳିତସାହିରେ ଗତ ୧୫ ତାରିଖ ମଧ୍ୟରାତ୍ର ରେ ଘଟିଥିବା ଦିଲ୍ଲିପ ଦାସ ହତ୍ୟା ଘଟଣାରେ ପୁଲିସ ଏଥିରେ ସମ୍ପୃକ୍ତ ଥିବା ହତ୍ୟାକାରୀ କୁ କୋର୍ଟ ଚାଲାଣ କରିଛି।କୋର୍ଟ ଚାଲଣ ହୋଇଥିବା ଅଭିଯୁକ୍ତ ଜଣଙ୍କ ରଣ୍ଢା ଦଳିତ ସାହିର ବିନୋଦ ଦାସ ବୋଲି ଥାନା ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି। ପୁଲିସ ର ତଦନ୍ତ ଅନୁଯାୟୀ ଅଭିଯୁକ୍ତ ବିନୋଦ ପୁଲିସ ଆଗରେ ଦିଲ୍ଲିପ କୁ ହତ୍ୟା କରିଥିବା ସ୍ବିକାର କରିଥିବା ବେଳେ ଘଟଣା ସମୟରେ ବ୍ୟବହୃତ ସିମେଣ୍ଟ ଇଟା, ଅଭିଯୁକ୍ତ ର ରକ୍ତଭିଜା ଲୁଗା ମଧ୍ୟ ଜବତ କରିଛି। ଘଟଣାକୁ ନେଇ ପୁଲିସ ପକ୍ଷରୁ ଥାନାରେ ଏକ ମାମଲା ରୁଜୁ କରିଛି।
Popular Categories



