www.samajalive.in
Saturday, December 6, 2025
19.1 C
Bhubaneswar

ଲୁହାରଡ ମାଡ଼ରେ ଯୁବକଙ୍କ ମୃତ୍ୟୁ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୁରୁଣାଗଡ କରମଙ୍ଗାସାହିରେ ଗତ କାଲି ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟି ଯାଇଛି । ସାମାନ୍ୟ ବଚସାରୁ ଲୁହାରଡରେ ମାଡ ମାରିବା ପରେ ଯୁବକ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ମୃତକ ହେଲେ ଶୁଭାଶିଷ ମହାପାତ୍ର । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ସୂଚନା ଅନୁସାରେ ଗତ କାଲି ରାତି ପ୍ରାୟ ୧୦ ଟା ବେଳେ କରମଙ୍ଗାସାହିର ଶୁଭାଶିଷ ମହାପାତ୍ର ଓ ମନୋରଞ୍ଜନ ଦୋରାଙ୍କ ଭିତରେ କୌଣସି କାରଣରୁ ବଚସା ହୋଇଥିଲା । ଏହି ବଚସା ବେଳେ ମନୋରଞ୍ଜନ ରାଗି ଯାଇ ହଠାତ ଶୁଭାଶିଷଙ୍କୁ ଏକ ଲୁହାରଡରେ ଆକ୍ରମଣ କରିଥିଲେ । ଶୁଭାଶିଷଙ୍କ ମୁଣ୍ଡରେଏହି ଲୁହା ଛଡ଼ ମାଡ ହେବା ଯୋଗୁଁ ପ୍ରବଳ ରକ୍ତସ୍ରାବ ହୋଇଥିଲା ଓ ସେ ସେହିଠାରେ ଅଚେତ ହୋଇ ପଡି ଯାଇଥିଲେ । ଖବର ପାଇ ବନ୍ତଳା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶୁଭାଶିଷଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ବେଳେକୁ ରାତି ୧୨ ଟା ବାଜି ଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଘଟଣାରେ ତଦନ୍ତ ଜାରି ରଖିଥିବା ବେଳେ ଆକ୍ରମଣକାରୀ ମନୋରଞ୍ଜନ ଫେରାର ଥିବା ଜଣା ପଡିଛି ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories