MEllora 950×100

ରାଧାଦାମୋଦରପୁରରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଗୁରୁଡିଝାଟିଆ: ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ରାଧାଦାମୋଦରପୁର ଗ୍ରାମରେ ଜମ୍ବେଶ୍ୱର କ୍ରିକେଟ କ୍ଲବ ଆନୁକୂଲ୍ୟରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟକୁ ଇଂ ଆଶୁତୋଷ କର ଉଦଘାଟନ କରି ଗ୍ରାମାଞ୍ଚଳରେ ଯୁବପିଢିଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି ପାଇଁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଯେପରି ବଳିଷ୍ଠ ଭୂମିକା ଗ୍ରହଣ କରେ ସେହିଭଳି ଭାବରେ ଗ୍ରାମାଞ୍ଚଳ ପ୍ରତିଭାକୁ ମଧ୍ୟ ଉନ୍ମୋଚନ କରିଥାଏ ବୋଲି କହିଥିଲେ। ୮ଟି ଦଳକୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି। ବାଳି, ଖମାରନୂଆଗାଁ, ତୋଟାପଡା ଓ ଖଣ୍ଟୁଆଳି ଦଳ ଅଂଶଗ୍ରହଣ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ଆନନ୍ଦ ରଣା, ଚନ୍ଦନ ଜେନା, ବିଭୂ ଜେନା, ଦେବାଶିଷ ସାହୁ, ଅଭିନାଶ ଦାଶ, ସମୀର ପ୍ରଧାନ ଓ ସିବୁଲ ରାଉତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Comments are closed.