www.samajalive.in
Monday, December 8, 2025
13.1 C
Bhubaneswar

ପ୍ରଥମ ଟେଷ୍ଟ: ହାଜେଲ୍‌ଉଡ୍‌ଙ୍କୁ ୧୦ ୱିକେଟ୍‌, ଇଣ୍ଡିଜ୍‌ ୧୦ ୱିକେଟ୍‌ରେ ପରାସ୍ତ

ଆଡିଲେଡ୍‌ : ଆଶା ଅନୁସାରେ ଏଠାରେ ଶୁକ୍ରବାର ସମାପ୍ତ ହୋଇଥିବା ପ୍ରଥମ ​ଟେଷ୍ଟମ୍ୟାଚ୍‌କୁ ଘରୋଇ ଅଷ୍ଟ୍ରେଲିଆ ସହଜରେ ଜିତିନେଇଛି। ୱେଷ୍ଟଇଣ୍ଡିଜ୍‌କୁ ୧୦ ୱିକେଟ୍‌ରେ ହରାଇ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ଅପରାଜେୟ ୧-୦ ଲିଡ୍‌ ନେଇପାରିଛି ଅଷ୍ଟ୍ରେଲିଆ। ପ୍ରଥମ ଇନିଂସରେ ୯୫ ରନ୍‌ରେ ପଛରେ ରହିବା ପରେ ୨ୟ ଇନିଂସରେ ୱେଷ୍ଟଇଣ୍ଡିଜ୍‌ ଦୟନୀୟ ବ୍ୟାଟିଂକରି ଶୁକ୍ରବାର ୩ୟ ଦିନରେ ୧୨୦ ରନ୍‌କରି ଅଲ୍‌ଆଉଟ୍‌ ହୋଇ ଯାଇଥିଲା। ଫଳରେ ଅଷ୍ଟ୍ରେଲିଆକୁ ୨ୟ ଇନିଂସରେ ମାତ୍ର ୨୬ ରନ୍‌ର ବିଜୟଲକ୍ଷ୍ୟ ମିଳିଥିଲା। କୌଣସି ୱିକେଟ୍‌ ନ ହରାଇ ଅଷ୍ଟ୍ରେଲିଆ ଏହା ହାସଲ କରି ନେଇଥିଲା।

୨ୟ ଦିନରେ ୱେଷ୍ଟଇଣ୍ଡିଜ୍‌ ୨ୟ ଇନିଂସରେ ୭୩ ରନ୍‌କରି ୬ଟି ୱିକେଟ ହରାଇଥିଲା। ଏହା ଇନିଂସ ପରାଜୟ ଏଡ଼ାଇ ପାରିଥିଲା ସତ; ପରାଜୟ ଏଡ଼ାଇ ପାରିନଥିଲା। ଜୋସୁଆ ଡା ସିଲ୍‌ଭା ୧୮ ଓ ଆଲ୍‌ଜାରି ଜୋସେଫ୍‌ ୧୬ ରନ୍‌ କରିଥିଲେ। ଶେଷ ୱିକେଟରେ ୨୪ ରନ୍‌ ହୋଇଥିଲା। ଟେଷ୍ଟ ପଦାର୍ପଣ କରିଥିବା ସାମର ଜୋସେଫ୍‌ ୩ଟି ଚୌକା ସହ ୧୫ ରନ୍‌ କରିଥିବା ବେ​ଳେ କିମାର ରୋଚ୍‌ ୧୧ ରନ୍‌କରି ଅପରାଜିତ ରହିଥିଲେ।

- Advertisement -

୨୬ ରନ୍‌ ବିଜୟଲକ୍ଷ୍ୟର ପିଛା କରିଥିବା ଅଷ୍ଟ୍ରେଲିଆର ଓପ୍‌ନର ଉସ୍‌ମାନ ଖାୱାଜା ୯ ରନ୍‌କରି ରିଟାୟର୍ଡ ହର୍ଟ ହୋଇଥିଲେ। ଷ୍ଟିଭେନ୍ ସ୍ମିଥ୍ ୧୨ ଓ ମାର୍ନସ ଲାବୁସେନ୍‌ ୧ ରନ୍‌କରି ଅପରାଜିତ ରହିଥିଲେ। ଉଭୟ ଇନିଂସରେ ୫ଟି ଲେଖାଏଁ; ଏହିପରି ମ୍ୟାଚ୍‌ରେ ମୋଟ ୧୦ଟି ୱିକେଟ୍‌ ନେଇଥିବା ଜୋସ୍ ହାଜେଲ୍‌ଉଡ୍‌ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories