www.samajalive.in
Monday, December 8, 2025
27.1 C
Bhubaneswar

ଚିଲିକାରେ ଡଲଫିନ୍ ଗଣନା ଆରମ୍ଭ: ୧୮ଟି ଟିମ୍ ନିୟୋଜିତ

ବ୍ରହ୍ମଗିରି: ଶନିବାର ସକାଳ ୬ଟାରୁ ଚିଲିକାରେ ଡଲଫିନ୍ ଗଣନା ଆରମ୍ଭ ହୋଇଛି।  ମୋଟ୍ ୧୮ଟି ଟିମ୍ ଚିଲିକାରେ ଗଣନା କରୁଛନ୍ତି। ଚିଲିକାକୁ ୪ଟି ଅଞ୍ଚଳରେ ବିଭକ୍ତ କରାଯାଇ ଗଣନା ଚାଲିଛି। ସେଣ୍ଟ୍ରାଲ ସେକ୍ଟରରେ ୬ଟି ଟିମ୍ , ସାଉଥ୍ ସେକ୍ଟରରେ ୪ଟି ଟିମ୍, ନର୍ଥାଲ ସେକ୍ଟରରେ ଗୋଟିଏ ଏବଂ ଆଉଟର୍ ଚ୍ୟାନେଲରେ ୭ଟି ଟିମ୍ ଗଣନା କରିବେ । ଦିନ ୧୨ଟା ପର୍ଯ୍ୟନ୍ତ ଏହି ଗଣନା କାର୍ଯ୍ୟ ଚାଲିବ । ପ୍ରତ୍ୟେକ ଟିମରେ ୮ରୁ ୧୦ ଜଣ ସଦସ୍ୟ ସାମିଲ ରହିଥିବା ଜଣାପଡିଛି।

ବାଇନାକୁଲାର ଏବଂ ଜିପିଏସ୍ ଟ୍ରାକିଂ ଦ୍ବାରା ଗଣନା କାର୍ଯ୍ୟ କରାଯାଉଛି। ବନ ବିଭାଗ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ମୋଟର ବୋଟ୍ ସଂଘ, ଡଲଫିନ ବିଶେଷଜ୍ଞ ଓ ସ୍ୱେଚ୍ଛାସେବୀଙ୍କୁ ଏଥିଲାଗି ପ୍ରଶିକ୍ଷଣ ଦିଆଯାଇଛି। ଗଣତି ସମୟରେ ଚିଲିକାରେ ଭସାପୋଲ, ଘାଟଡ଼ଙ୍ଗା ଓ ଟ୍ୟୁରିଷ୍ଟ ଡ଼ଙ୍ଗା ଚଳାଚଳ ବନ୍ଦ ରହିବ। ସେହିପରି କେନ୍ଦ୍ରପଡ଼ା ଗହୀରମଥାରେ ମଧ୍ୟ ଡଲଫିନ ଗଣନା ହେଉଛି।  ୯ଟି ଟିମ୍ ୩ ଦିନ ଧରି ଏହି ଅଞ୍ଚଳରେ ଡଲଫିନ ଗଣନା କରୁଛନ୍ତି। ପ୍ରତି ଟିମ୍ ରେ ୩ରୁ ୫ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories