ନୂଆଦିଲ୍ଲୀ : ଲରିଅସ୍ ପକ୍ଷରୁ ୨୦୦୦ରୁ ୨୦୨୦ ମଧ୍ୟରେ ଶ୍ରେଷ୍ଠ କ୍ରୀଡ଼ା ମୁହୂର୍ତ୍ତ ଦୌଡ଼ରେ ସାମିଲ ହୋଇଛନ୍ତି ଭାରତୀୟ ବ୍ୟାଟିଂ ମହାରଥୀ ସଚିନ ତେନ୍ଦୁଲକର। ୨୦୧୧ରେ ଭାରତୀୟ କ୍ରିକେଟ ଦଳ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ୱାଙ୍ଖେଡ଼େ ଷ୍ଟାଡିୟମ୍ରେ କ୍ରିକେଟ ବିଶ୍ବକପ୍ ଜିତିବା ପରେ ସାଥୀ ଖେଳାଳିମାନେ ସଚିନଙ୍କୁ କାନ୍ଧରେ ବସାଇ ଷ୍ଟାଡିୟମ୍ ପରିକ୍ରମା କରିଥିଲେ। ତାଙ୍କର ୬ଷ୍ଠ ବିଶ୍ବକପ୍ରେ ସଚିନ ଚମ୍ପିଆନ୍ ଦଳର ସଦସ୍ୟ ହେବାର ଗୌରବ ଲାଭ କରିଥିଲେ। ଏହାକୁ କ୍ରୀଡ଼ା ଜଗତର ଅନ୍ୟତମ ଶ୍ରେଷ୍ଠ ମୁହୂର୍ତ୍ତ ବୋଲି ଲରିଅସ୍ ଅନୁଭବ କରିଛି। ପ୍ରଥମେ ଏହି ପୁରସ୍କାର ଦୌଡ଼ରେ ୨୦ ଜଣ କ୍ରୀଡ଼ାବିତ୍ ଥିବା ବେଳେ ଏବେ ସଚିନ୍ଙ୍କ ସହ ୫ ଜଣ ରହିଛନ୍ତି। ଫେବୃଆରୀ ୧୬ ପର୍ଯ୍ୟନ୍ତ ଏହି ପୁରସ୍କାର ଲାଗି ଶେଷ ରାଉଣ୍ଡ ଭୋଟିଂ ଚାଲିଛି। ଫେବୃଆରୀ ୧୭ରେ ବର୍ଲିନ୍ରେ ହେବାକୁ ଥିବା ଲରିଅସ୍ ବାର୍ଷିକ କ୍ରୀଡ଼ା ଉତ୍ସବରେ ବିଜେତାଙ୍କୁ ପୁରସ୍କୃତ କରାଯିବ।
Popular Categories



