ବେଗୁନିଆ : ଗୋ ଚାଲାଣ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ମାଫିଆ ମାନେ ଲକଡାଉନ ଏବଂ ସଟଡାଉନର ସୁଯୋଗ ନେଇ ଛୋଟ ଛୋଟ ଗାଡ଼ିରେ ଗୋ ଚାଲାଣ କରୁଛନ୍ତି । ବାଙ୍କୀ ବ୍ଲକ ଅନ୍ତର୍ଗତ ନରଗାଙ୍ଗରୁ ୭ ଟି ଗୋରୁ ଏକ ଟାଟା ଏ ସି ଭ୍ୟାନରେ ବୋଝେଇ କରି ତରତୁଆ ନେଇ ଯାଉଥିବାବେଳେ ବାଘମାରୀ ଥାନା ଅଧିକାରିଣୀ ଅର୍ଚ୍ଚନା ମଲ୍ଲିକ ସାରୁଅ ନିକଟରେ ଉକ୍ତ ଭ୍ୟାନଟିକୁ ଜବତ କରି ଚାଳକ ଏବଂ ସହାୟକକୁ ଗିରଫ କରିଛନ୍ତି ।
ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ସହ ସମ୍ପୃକ୍ତ ସ୍ଥାନରୁ ଓ ଟାଟା ଏ ସି ଭ୍ୟାନରେ ୭ ଟି ଗୋରୁ ବୋଝେଇ କରି ଖୋର୍ଦ୍ଧା ଗ୍ରାମର ଚାଳକ ମୁନିର ଖାଁ ଏବଂ ନରଗାଙ୍ଗ ଗ୍ରାମର ସହାୟକ ଇନାମ ଖାଁ ତରତୁଆ ଅଭିମୁଖେ ନେଇ ଯାଉଥିବାର ଥାନା ଅଧିକାରିଣୀ ଶ୍ରୀମତୀ ମଲ୍ଲିକ ଖବର ପାଇ ଥାନା କର୍ମଚାରୀ ମାନଙ୍କ ସହିତ ଚଢ଼ାଉ କରି ଗୋରୁବୋଝେଇ ଗାଡିଟିକୁ ଜବତ କରିବା ସହିତ ଉଭୟଙ୍କୁ ଗିରଫ କରିଥିଲେ ।ଗୋରୁଗୁଡିକ ଭୁବନେଶ୍ୱର ନିକଟସ୍ଥ ସିଜୁଆ ଗୋଶାଳାର ଜିମା ଦିଆଯାଇଛି । ଏ ସଂକ୍ରାନ୍ତରେ ଥାନା ଏସ ଆଇ ବ୍ରହ୍ମ।ନନ୍ଦ ସ୍ୱାଇଁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି ।
ଗୋରୁ ବୋଝେଇ ଭ୍ୟାନ ଜବତ ; ଚାଳକ ,ସହାୟକ ଗିରଫ
Popular Categories



