ଗୋ-ସମ୍ପଦ ପାଇଁ ନୂଆ ବିପଦ ;  ‘ଚର୍ମବିଣ୍ଡି ବସନ୍ତ’

ବଡ଼ସାହି -ଉତ୍ତର ଓଡ଼ିଶାର ଗୋ-ସମ୍ପଦ ପାଇଁ ନୂଆ ବିପଦ ଭାବେ ଦେଖାଦେଇଥିବା ବସନ୍ତ ଭଳି ରୋଗ ଘଟଣା ପ୍ରଥମେ କେବଳ ‘ସମାଜ’ ରେ ୧୪ ତାରିଖରେ ପ୍ରକାଶ ପାଇବା ପରେ ପରଦିନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଏନେଇ ରାଜ୍ୟ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ରୋଗ ଚିହ୍ନଟ କରାଯାଇଛି। ଏହା ଏକ ଚର୍ମରୋଗ ହୋଇଥିବା ବେଳେ ତାକୁ ‘ଚର୍ମବିଣ୍ଡି ବସନ୍ତ ରୋଗ’ ବୋଲି ନାମକରଣ କରାଯାଇଛି। ବିଭାଗୀୟ ନିର୍ଦ୍ଦେଶକ ଶୁକ୍ରବାର ଏନେଇ ରୋଗର ଲକ୍ଷଣ ଓ ନିରାକରଣ ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ଚାଷୀଙ୍କ ଉଦ୍ଦେଶ୍ୟରେ ପ୍ରମୁଖ ସମ୍ବାଦପତ୍ରରେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଅତିରିକ୍ତ ସଚିବ ଗଙ୍ଗାଧର ନାୟକ ଶୁକ୍ରବାର ମୟୂରଭଞ୍ଜ ଜିଲା ଗସ୍ତ କରି ଫେରିଛନ୍ତି। ଦେଖା ଦେଇଥିବା ରୋଗ ବର୍ତ୍ତମାନ ନିୟନ୍ତ୍ରଣାଧୀନ। ବିଭାଗ ପକ୍ଷରୁ ନିଆଯାଇଥିବା ତତ୍କାଳ ପଦକ୍ଷେପ ପାଇଁ ଗୋ-ସମ୍ପଦ ଶୀଘ୍ର ଆରୋଗ୍ୟ ଲାଭ କରୁଛନ୍ତି।

prayash

ସୂଚନା ଅନୁଯାୟୀ, ୨୩ତାରିଖରେ ଏକ କେନ୍ଦ୍ରୀୟ ଟିମ୍‍ ମୟୂରଭଞ୍ଜ ଜିଲାର ବଡ଼ସାହି ଓ ବେତନଟୀ ବ୍ଲକ ଗସ୍ତ କରିଥିଲେ। ଭୋପାଳ, ବେଙ୍ଗାଲୁର ଓ ବରେଲ୍ଲିସ୍ଥିତ ସିଏଡ଼ିଆର୍‍ଏଡ଼ି, ଆଇସିଏଆର୍‍-ଆଇଭିଆର୍‍ଆଇଆର ୩ଜଣ ବୈଜ୍ଞାନିକ ଏବଂ ଭୂବନେଶ୍ୱରସ୍ଥିତ ଓୟୁଏଟିର ଜଣେ ପ୍ରଫେସର ତଥ୍ୟ ସଂଗ୍ରହ କରି ଫେରିଥିଲେ। ସମସ୍ତେ ସଂକ୍ରମିତ ଗ୍ରାମ ପରିଦର୍ଶନ କରି ଚାଷୀଙ୍କୁ ଭେଟି ରୋଗର ଉତ୍ପତ୍ତି, ଲକ୍ଷଣ, ଖାଦ୍ୟପେୟ, ସଂକ୍ରମିତ ଗୋ-ସମ୍ପଦ ଉପରେ ପହଞ୍ôଚଥିବା କ୍ଷତି ସମ୍ବନ୍ଧରେ ଟିକିନିଖି ତଥ୍ୟ ସଂଗ୍ରହ କରିଥିଲେ। ଗବେଷଣା ପାଇଁ ସଂକ୍ରମିତ ଗୋରୁଙ୍କ ପାଖରୁ ରକ୍ତ, ସିରମ୍‍ ଓ ଚର୍ମଖଣ୍ଡ ନମୁନା ସଂଗ୍ରହ କରିଥିଲେ। ଚଳିତ ବର୍ଷ ପ୍ରଥମଥର ଏହି ରୋଗ ଗୋ-ସମ୍ପଦଙ୍କ ଠାରେ ଦେଖାଦେଇଥିବା ବେଳେ ବାଂଲାଦେଶରୁ ପଶ୍ଚିମବଙ୍ଗ ପରେ ଉତ୍ତର ଓଡ଼ିଶାରେ ବ୍ୟାପିଥିବା ଜଣାପଡ଼ିଥିଲା। ଏଥି ପୂର୍ବରୁ ଖବର ପ୍ରକାଶ ପରେ ସପ୍ତାହ ପୂର୍ବେ କଟକ ପୁଲନଖରାରେ ଥିବା ବିଭାଗୀୟ ରୋଗ ଗବେଷଣା କେନ୍ଦ୍ର (ଏଡ଼ିଆରଆଇ)ରୁ ମଧ୍ୟ ଡ଼ାକ୍ତରୀଦଳ ରକ୍ତ, ସିରମ୍‍ ଓ ଚର୍ମଖଣ୍ଡ ନମୁନା ସଂଗ୍ରହ କରିଥିଲେ। ସଂଗୃହୀତ ନମୁନା ରାଜ୍ୟ ତଥା କେନ୍ଦ୍ର ଗବେଷଣା କେନ୍ଦ୍ରରେ ପୃଥକ ଭାବେ ପରୀକ୍ଷା ପରେ ତା’ର ପ୍ରତିଷେଧକ ଓ ନିରାକରଣ ଔଷଧ ନିର୍ଣ୍ଣୟ ସହଜ ହେବ ବୋଲି ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧୀକାରୀ ଡ଼ାକ୍ତର ଶଶାଙ୍କ ପାଣିଗ୍ରାହୀ କହିଛନ୍ତି। ତେବେ ଏହି ରୋଗ ପାଇଁ ଦୁଗ୍ଧ ଉତ୍ପାଦନରେ କ୍ଷତି ପହଞ୍ଚିଥିବା ଚାଷୀଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି ସ୍ଥାନୀୟଲୋକୋ ଦାବି କରିଛନ୍ତି ।

kalyan agarbati

Comments are closed.