www.samajalive.in
Saturday, December 13, 2025
21.1 C
Bhubaneswar

ଆଜିଠାରୁ ୪୨୭ କେନ୍ଦ୍ରରେ ହେବ ଟିକାଦାନ : ରାଜ୍ୟରେ ଟିକା ନେଲେଣି ୪୯. ୫୮ଲକ୍ଷ

ଭୁବନେଶ୍ବର : ରାଜ୍ୟରେ କରୋନା ମହାମାରୀ ବଢ଼ି ଚାଲିଥିବାବେଳେ ଏହାର ଶୃଙ୍ଖଳ ଭାଙ୍ଗିବା ପାଇଁ ସରକାର ହାତରେ ଟିକାର ଅଭାବ ରହିଛି। ଏଥିପାଇଁ ରାଜ୍ୟରେ ୧୫୦୦ ଟିକାକରଣ କେନ୍ଦ୍ର ମଧ୍ୟରୁ ମାତ୍ର ୪୨୭ଟି କେନ୍ଦ୍ରକୁ ରବିବାରଠାରୁ କାର୍ଯ୍ୟକ୍ଷମ ହେବାକୁ ସ୍ବାସ୍ଥ୍ୟବିଭାଗ ପକ୍ଷରୁ କରୋନା ପ୍ରବଣ ଜିଲାକୁ ନିର୍ଦେଶ ଦିଆଯାଇଛି। ସେହିପରି ଟିକାର ଅଭାବ ଯୋଗୁଁ ଦେବଗଡ଼, ଝାରସୁଗୁଡା, କୋରାପୁଟ, ନବରଙ୍ଗପୁର, ନୂଆପଡା, ରାୟଗଡା, ସମ୍ବଲପୁର ଓ ସୁବର୍ଣ୍ଣପୁରରେ ଟିକାକରଣ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ରାଜ୍ୟ ଟିକାକରଣ କାର୍ଯ୍ୟକ୍ରମର ନୋଡାଲ ଅଫିସର ଡା. ବିଜୟ ପାଣିଗ୍ରାହୀ କହିଛନ୍ତି ଯେ, ରାଜ୍ୟରେ ଟିକାର ଅଭାବ ନେଇ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବା ସତ୍ତ୍ବେ ଚାହିଦା ମୁତାବକ ଟିକା ଆସୁନାହିଁ। ଟିକା ଅଭାବ ନେଇ ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ, ସ୍ବାସ୍ଥ୍ୟବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଟିକା ପାଇଁ କେନ୍ଦ୍ରକୁ ଏକାଧିକ ଅନୁରୋଧ ଓ ଚିଠି ଲେଖାଯାଇଥିଲେ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ଟିକା ମିଳିପାରୁନି ବୋଲି ସେ କହିଛନ୍ତି। ରାଜ୍ୟରେ ଏବେ ୩.୬ଲକ୍ଷ କୋଭିସିଲଡ୍ ଓ ୨.୩ଲକ୍ଷ କୋଭାକ୍ସିନ୍ ଟିକା ରହିଛି, ଯାହାକି ୨ରୁ ୩ଦିନ ପର୍ଯ୍ୟନ୍ତ ଯିବ। କେନ୍ଦ୍ର ସରକାର ଏକାଥରକେ ଅଧିକ ସଂଖ୍ୟକ ଟିକା ଦେଉ ନଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସେହି ଅନୁସାରେ ବ୍ୟବସ୍ଥା ଗ୍ରହଣ କରାଯାଇ ପାରୁନାହିଁ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।
ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଆଜି ୪୬୫ଟି ଟିକାକରଣ କେନ୍ଦ୍ରରେ ୫୬ହଜାର ୪୭୨ଜଣଙ୍କୁ ଟିକା ଦିଆଯାଇଛି। ଆଜିର ସଂଖ୍ୟାକୁ ନେଇ ରାଜ୍ୟରେ ଟିକାକରଣ ସଂଖ୍ୟା ୪୯ଲକ୍ଷ ୫୮ହଜାର ୪୪୭ରେ ପହଞ୍ଚିଛି। ଏଥିରେ ୩୭ଲକ୍ଷ ୮୮ହଜାର ୭୧୨ ୪୫ ବର୍ଷରୁ ଊର୍ଦ୍ଧ୍ବ ନାଗରିକ ପ୍ରଥମ ପାନ ନେଇଥିବାବେଳେ ୨ଲକ୍ଷ ୩୨ହଜାର ୭୪୫ ଦ୍ବିତୀୟ ପାନ ନେଇଛନ୍ତି। ଏହାବାଦ୍ ସ୍ବାସ୍ଥ୍ୟକର୍ମୀ ଓ କୋଭିଡ଼ ଯୋଦ୍ଧା ଅବଶିଷ୍ଟ ପ୍ରାୟ ୯ଲକ୍ଷ ଟିକା ନେଇଛନ୍ତି। ଆଜି ଟିକାକରଣରେ କେବଳ ୪୫ବର୍ଷରୁ ଊର୍ଦ୍ଧ୍ବ ୩୯ହଜାର ୭୮୯ଜଣ ପ୍ରଥମ ଖୁରାକ ଏବଂ ୧୪ହଜାର ୪୮୪ ଦ୍ବିତୀୟ ଖୁରାକ ନେଇଛନ୍ତି। ଅବଶିଷ୍ଟ ସ୍ବାସ୍ଥ୍ୟକର୍ମୀ ଓ କୋଭିଡ଼ ଯୋଦ୍ଧାମାନେ ଉଭୟ ପ୍ରକାର ଖୁରାକ ନେଇଥିବା ବିଭାଗ ପକ୍ଷରୁ କୁହାଯାଇଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories