www.samajalive.in
Sunday, December 7, 2025
26.1 C
Bhubaneswar

ଗ୍ରାମାଞ୍ଚଳରେ ମାନୁନାହାନ୍ତି କରୋନା କଟକଣା, ବ୍ୟାଙ୍କ ସମୁଖରେ ଅମାନିଆଙ୍କ ଭିଡ଼

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଚିନ୍ତା ବଢ଼ାଇଛି କରୋନା ।  ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲୁଥିବା ବେଳେ ବର୍ତମାନ ପ୍ରତ୍ୟେକ ଗ୍ରାମାଞ୍ଚଳ ଏବଂ ପଲ୍ଲୀ ଅଞ୍ଚଳରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗୁଛି । ଏହାର ମୁଖ୍ୟ କାରଣ ହେଉଛି ଗ୍ରାମାଞ୍ଚଳମାନଙ୍କରେ କେହି କରୋନା କଟକଣାକୁ ମାନୁନାହାନ୍ତି । ଏହି ଅଞ୍ଚଳମାନଙ୍କରେ ବାହାଘର, ଭୋଜି ହେଉକି ପୂଜା ପର୍ବ ହେଉ ଲୋକେ ଭିଡ଼ ଜମାଇ ମାସ୍କ ବ୍ୟବହାର ନ କରି ମହାମାରୀକୁ ଆମନ୍ତ୍ରଣ କରୁଛନ୍ତି । ଗ୍ରାମାଞ୍ଚଳମାନଙ୍କରେ ଥିବା ବ୍ୟାଙ୍କ, ଦୋକାନ ବଜାରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି ।  ଆଜି ଏପରି ଭିଡ଼ ଦେଖିବାକୁ ମିଳିଛି ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ କଟାଗାଁ ଷ୍ଟେଟବ୍ୟାଙ୍କ ସମ୍ମୁଖରେ। ଆଜି ଦିନ ୧୧ ଘଣ୍ଟା ସମୟରେ ଶତାଧିକ ଲୋକେ ବ୍ୟାଙ୍କ ସମ୍ମୁଖରେ ଭିଡ଼ ଜମାଇଥିବା ବେଳେ କେହିବି କଟକଣା ପାଳନ କରୁ ନଥିଲେ । ପେଲାଠେଲା ହୋଇ ଗେଟ ସମ୍ମୁଖରେ ଅପେକ୍ଷ କରି ଠିଆ ହେବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ସ୍ଥାନୀୟ ପ୍ରଶାସନ ନା ବ୍ୟାଙ୍କ କର୍ତ୍ତୃପକ୍ଷ କେହି ବି ସାମାଜିକ ଦୂରତା ପାଳନ ପାଇଁ ପରାମର୍ଶ ଦେଇ ନଥିଲେ ।  ସ୍ଥାନୀୟ ଗ୍ରାମବାସୀ ବ୍ୟାଙ୍କ ସମୁଖରେ ଭିଡ଼କୁ ଦେଖି ଭୟଭୀତ ହେବାସହ ପ୍ରଶାସନ ତରଫରୁ ଅମାନିଆଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଦାବି କରିଛନ୍ତି ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories