www.samajalive.in
Saturday, December 6, 2025
26.1 C
Bhubaneswar

କରୋନାର କଳା ରୂପ ; ବୃଦ୍ଧାଙ୍କ ଶବ ସତ୍କାର କଲେ ପୁଲିସ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ମାନବିକତାକୁ ଲଜ୍ଜିତ କରିବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ବୃଦ୍ଧାଙ୍କ ମୃତ୍ୟୁ ହେବା ପରେ କେହି ପଡ଼ୋଶୀ ମଧ୍ୟ ସାହାଯ୍ୟ କରିନଥିଲେ। ଏହାପରେ ଦ୍ୱାରକା ଦକ୍ଷିଣ ଅଞ୍ଚଳରେରେ ସ୍ଥିତ ଏହି ଅଞ୍ଚଳରେ ପୁଲିସ ମାନବିକତା ଦେଖାଇ ଉକ୍ତ ବୃଦ୍ଧାଙ୍କର ଅନ୍ତିମ ସତ୍କାର କରିଥିଲେ।
ମିଳିଥିବା ସୂଚନା ଅନୁଯାୟୀ, କୌଣସି ପଡୋଶୀ କିମ୍ବା ସମ୍ପର୍କୀୟ ତାଙ୍କର ଅନ୍ତିମ ସତ୍କାର କରିବାକୁ ଆସିନଥିଲେ। ଏକ ସପ୍ତାହ ପୂର୍ବରୁ ଉକ୍ତ ବୃଦ୍ଧାଙ୍କର ପୁଅର ମୃତ୍ୟୁ ହୋଇଥିଲା। ତାଙ୍କ ବୋହୂ ହସ୍ପିଟାଲରେ ଚିିକିତ୍ସିତ ଅବସ୍ଥାରେ ରହିଛନ୍ତି। ବୃଦ୍ଧା ଜଣଙ୍କ ନିଜ ଦୁଇ ନାତୁଣୀଙ୍କର ଦେଖାଶୁଣା କରୁଥିଲେ। ପୁଲିସ ଉକ୍ତ ବୃଦ୍ଧାଙ୍କର ଅନ୍ତିମ ସତ୍କାର କରିବା ପରେ ସେହି ଦୁଇ ପିଲାଙ୍କୁ ଏନଜିଓଙ୍କକ ଦାୟିତ୍ୱରେ ଦେଇଛନ୍ତି।
ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ପ୍ରାୟ ୯ଟା୫୯ରେ ଜଣେ ବ୍ୟକ୍ତି ପୁଲିସକୁ ଫୋନ ଯୋଗେ ଜଣାଇଥିଲେ ତାଙ୍କ ସାଙ୍ଗ ମାଆଙ୍କ ଦେହାନ୍ତ ହୋଇଯାଇଛି। ଏକ ସପ୍ତାହ ପୂର୍ବରୁ ତାଙ୍କର ଉକ୍ତ ସାଙ୍ଗର ମଧ୍ୟ କରୋନାରେ ମୃତ୍ୟୁ ହୋଇଛି। ସାଙ୍ଗର ପତ୍ନୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଦୁଇ ପିଲା ତାଙ୍କ ଜେଜି ମାଆ (ଉକ୍ତ ବୃଦ୍ଧା)ଙ୍କ ପାଖରେ ଥିଲେ। ମାତ୍ର ଏବେ ତାଙ୍କର ମୃତ୍ୟୁ ହୋଇଯାଇଛି। କେହି ମଧ୍ୟ ସାହାଯ୍ୟ କରିବା ପାଇଁ ନଆସିଥିବାରୁ ମୃତଦେହ ପଡିରହିଛି। ଉକ୍ତ ୨ ପିଲା ମଧ୍ୟ କରୋନା ପଜିଟିଭ। ଖବର ପାଇ ପୁଲିସ ପହଞ୍ଚି ବୃଦ୍ଧାର ଅନ୍ତିମ ସତ୍କାର କରିଥିଲେ।

 

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories