www.samajalive.in
Saturday, December 13, 2025
26.1 C
Bhubaneswar

ମହାରାଷ୍ଟ୍ର ଜଲଗାଓଁରେ ଜନତା କର୍ଫ୍ୟୁ: ୧୫,୩୮୮ ସଂକ୍ରମିତ; ୭୭ ମୃତ

ନୂଆଦିଲ୍ଲୀ: ମଙ୍ଗଳବାର ସମଗ୍ର ଦେଶରେ ୧୫,୩୮୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୭୭ଜଣଙ୍କର ମୃତ୍ୟୁ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୧୨,୪୪,୭୮୬ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୧,୫୭,୯୩୦ରେ ପହଞ୍ଚିଛି। ମୋଟ ସଂକ୍ରମିତଙ୍କ ମଧ୍ୟରୁ ୧,୦୮,୯୯,୩୯୪ ସୁସ୍ଥ ହୋଇଥିବାବେଳେ ୧,୮୭,୪୬୨ ଚିକିତ୍ସାଧୀନ ଅଛନ୍ତି। ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଜଲଗାଓଁ ଜିଲାରେ ଜନତା କର୍ଫ୍ୟୁ ଜାରି କରାଯାଇଛି। ଜିଲାପାଳ ଅଭିଜିତ ରାଉତଙ୍କ କହିବା ଅନୁଯାୟୀ ମାର୍ଚ୍ଚ ୧୧ ସନ୍ଧ୍ୟା ୮ଟାରୁ ମାର୍ଚ୍ଚ ୧୫ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ପାଳନ କରାଯିବ।

 

- Advertisement -

ଏହି ସମୟରେ ଜରୁରୀ ସେବା କର୍ଫ୍ୟୁ କଟକଣାରୁ ମୁକ୍ତ ରହିବ। ସୋମବାର ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣରେ କିଛିଟା ହ୍ରାସ ପାଇଥିବାବେଳେ ମଙ୍ଗଳବାର ପୁଣି ଥରେ ଏହା ୧୦ହଜାର ନିକଟ ହୋଇଛି। ମଙ୍ଗଳବାର ରାଜ୍ୟରେ ୯୯୨୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୨ଜଣଙ୍କର ମୃତ୍ୟୁ ହୋଇଛି। ଟିକା ନେବାର ୪୮ ଘଣ୍ଟା ପର୍ଯ୍ୟନ୍ତ ପାଇଲଟ୍‌ଙ୍କୁ ବିମାନ ଉଡାଣ ମନା କରୋନା ଟିକା ନେବା ପରଠାରୁ ପାଇଲଟ୍ ଓ ଅନ୍ୟ ବିମାନ କର୍ମଚାରୀମାନେ ୪୮ଘଣ୍ଟା ପର୍ଯ୍ୟନ୍ତ ଡାକ୍ତରୀ ଭାବେ ଅନଫିଟ୍‌ (ଅଯୋଗ୍ୟ)। ଏହି ସମୟ ମଧ୍ୟରେ ପାଇଲଟମାନେ ବିମାନ ଉଡାଣ କରିପାରିବେ ନାହିଁ। ସେହିପରି ବିମାନର ଅନ୍ୟ କର୍ମଚାରୀମାନେ କାମରେ ଯୋଗ ଦେଇପାରିବେ ନାହିଁ ବୋଲି ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ (ଡିଜିସିଏ) କହିଛି। ୪୮ ଘଣ୍ଟା ପରେ ଯଦି ସେମାନଙ୍କ ଠାରେ କୌଣସି ଲକ୍ଷଣ ଦେଖା ନଯାଏ ତେବେ ସେମାନେ ବିମାନ ଉଡାଣ କରିପାରିବେ। ଡିଜିସିଏ କହିଛି ଯେ ଟିକାକରଣ ପରେ ପାଇଲଟଙ୍କୁ ଅନୁଧ୍ୟାନ କରିବା ଆବଶ୍ୟକ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories