www.samajalive.in
Sunday, December 7, 2025
23.1 C
Bhubaneswar

କୋଭିଡ୍‌ରୁ ଆରୋଗ୍ୟ ଲାଭ କରିଥିଲେ ମଧ୍ୟ ସମସ୍ତେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରକ୍ଷା କରିବା ଓ ହାତ ପରିଷ୍କାର କରିବାକୁ ଗୁରୁତ୍ୱର ସହିତ ମାନିବା ଉଚିତ

ଭୁବନେଶ୍ବର: ଆଜି କଟକ ଏସ୍‌ସିବି ମେଡିକାଲ୍‌ କଲେଜ୍‌ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ଏବଂ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡାକ୍ତର ଅମରେନ୍ଦ୍ରନାଥ ମହାନ୍ତି କୋଭିଡ୍‌-୧୯ରୁ ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ପରାମର୍ଶ ପ୍ରଦାନ କରିଥିଲେ ।
ସେମାନେ କହିଥିଲେ ଯେ କୋଭିଡ୍‌ରୁ ଆରୋଗ୍ୟ ଲାଭ କରିଥିଲେ ମଧ୍ୟ ସମସ୍ତେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରକ୍ଷା କରିବା ଓ ହାତ ପରିଷ୍କାର କରିବାକୁ ଗୁରୁତ୍ୱର ସହିତ ମାନିବା ଉଚିତ। ସେମାନେ ପ୍ରୋଟିନ୍‌ସମୃଦ୍ଧ ଓ କମ୍‌ କାର୍ବୋହାଇଡ୍ରେଟ୍‌ ଥିବା ପୁଷ୍ଟିକର ଖାଦ୍ୟ ଗ୍ରହଣ କରିବା ଉଚିତ। କୋଭିଡ୍‌ରୁ ଆରୋଗ୍ୟ ଲାଭ କରିବା ପରେ ଯଦି କୌଣସି ଲକ୍ଷଣ ପ୍ରକାଶ ପାଉନଥାଏ ତେବେ ସୁସ୍ଥ ବ୍ୟକ୍ତି ତାଙ୍କ କାର୍ଯ୍ୟରେ ଯୋଗଦେଇପାରିବେ କିନ୍ତୁ ସେ କୋଭିଡ୍‌ ନିୟମ ଅନୁପାଳନ କରିବା ଆବଶ୍ୟକ। ଘରେ ସଙ୍ଗରୋଧରେ ଥିବା କୋଭିଡ୍‌ ରୋଗୀମାନଙ୍କ ସମ୍ମତି ମିଳିବା ପରେ ସେମାନଙ୍କ ପାଇଁ ଫେବିପିରାଭିର୍‌ ଚିକିତ୍ସା ଉପଯୋଗ କରାଯାଇପାରିବ ବୋଲି କଟକ ଏସ୍‌ସିବି ମେଡିକାଲ୍‌ କଲେଜ୍‌ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ଏବଂ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡାକ୍ତର ଅମରେନ୍ଦ୍ରନାଥ ମହାନ୍ତି ପ୍ରକାଶ କରିଥିଲେ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories