ନୂଆପଡା : ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବା ସହ ନୂଆପଡାରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଉଛି। ଜିଲାର ୨ଟି ଏନଏସି, ଖଡିଆଳ ଏନଏସି ଓ ଖରିଆର ରୋଡ୍ ଏନଏସିରେ କଡା କଟକଣା ଲାଗୁ କରାଯାଇଛି। ଦୋକାନ, ବଜାର, ଢାବା, ରେସ୍ତୋରାଁ, ବ୍ୟାଙ୍କ, ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ସବୁ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିବ। ଏହି ସମୟରେ ଆବଶ୍ୟକୀୟ ସେବାକୁ କେବଳ ଅନୁମତି ମିଳିବ। ଖଡିଆଳ ଏନଏସିରେ ଆସନ୍ତା କାଲି ସକାଳ ୬ରୁ ୨୨ ତାରିଖ ଯାଏଁ କଟକଣା ଲାଗୁ କରାଯାଇଛି। ସେହିପରି ଖରିଆର ରୋଡ ଏନଏସିରେ ଆଜି ଠାରୁ ୨୧ ତାରିଖ ସକାଳ ୬ଟା ଯାଏଁ କଟକଣା ଲାଗୁ କରାଯାଇଛି। କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଜିଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି।
Popular Categories



