ସମାଜ ଡିଜିଟାଲ ଡେସ୍କ: ଦେଶରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଥିରେ ବଢୁଥିବାରୁ ସମୟ ଥାଉ ଥାଉ ଏହାର ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି କେନ୍ଦ୍ର ସରକାର । ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ସମସ୍ତ ରାଜ୍ୟ ସହ ଭିଡିଓ କନଫରେନସିଂ ଜରିଆରେ କୋଭିଡ ସ୍ଥିତିର ସମୀକ୍ଷା କରିବେ। ଏବେ ସଂକ୍ରମଣ ବଢୁଥିବାରୁ ରାଜ୍ୟମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ଚିନ୍ତା ବଢାଇଛି ୬ସଂକ୍ରମିତଙ୍କ ମୃତ୍ୟୁ । ମହାରାଷ୍ଟ୍ରରୁ ୩, କେରଳରୁ ୨ ଓ କର୍ଣ୍ଣାଟକରେ ଜଣଙ୍କ ଜୀବନ ନେଇଛି କରୋନାର ନୂଆ ପ୍ରଜାତି ଜେଏନ୍ ଡଟ୍ ୱାନ୍ । ସେହିପରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ସବୁଠୁ ଅଧିକ ସଂକ୍ରମିତ କେରଳରୁ ଚିହ୍ନଟ ହେଉଥିବା ଜଣାପଡିଛି । ପରେ ମହାରାଷ୍ଟ୍ର ଓ ଦିଲ୍ଲୀରୁ ରହିଛନ୍ତି । ଦେଶରେ ଓମକ୍ରନ୍ ର ୪ଟି ଉପପ୍ରଜାତି ଏଲ୍ଏଫ୍ ଡଟ୍ ସେଭେନ୍ , ଜେଏନ୍ ଡଟ୍ ୱାନ୍, ଏନ୍ ବି ୱାନ୍ ଏଇଟ୍ ୱାନ୍, ଏକ୍ସଏଫଜି ଦେଖିବାକୁ ମିଳିଛି । ଦେଶରେ ସଂକ୍ରମଣ ବଢିବା ଭିତରେ ଆଇସିଏମ୍ଆର ସତର୍କ ରହିବାକୁ ଓ ଭୟଭୀତ ନହେବାକୁ ପରାମର୍ଶ ଦେଇଛି ।
Popular Categories



