www.samajalive.in
Sunday, December 7, 2025
14.1 C
Bhubaneswar

କୋଭିଡ-୧୯ର ୭୩ଟି ପ୍ରକାର ଷ୍ଟ୍ରେନ୍ ଚିହ୍ନଟ କଲେ ଭାରତୀୟ ଗବେଷକ

ଭୁବନେଶ୍ୱର : ପ୍ରଥମ ଥର ପାଇଁ କୋଭିଡ୍‌-୧୯ ସଂକ୍ରମଣର ୭୩ଟି ପ୍ରକାର ଷ୍ଟ୍ରେନ୍‌ ଚିହ୍ନଟ କରିବାରେ ସଫଳ ହୋଇଛନ୍ତି ଭାରତୀୟ ଜେନୋମିକ୍ ଗବେଷକ । ନୂଆଦିଲ୍ଲୀ ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଜେନୋମିକ୍ସ ଆଣ୍ଡ ଇଂଟିଗ୍ରେଟିଭ ବାୟୋଲଜି
(ଆଇଜିଆଇବି) ଏବଂ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଆଇଏମ୍‌ଏସ ଆଣ୍ଡ ସମ୍ ହସପିଟାଲର ଗବେଷକମାନେ ମିଳିତ ଭାବେ ଗବେଷଣା କରି ଏହି କାର୍ଯ୍ୟରେ ସଫଳ ହୋଇଛନ୍ତି ।

ଏହି ଗବେଷକମାନେ ୭୫୨ଟି କ୍ଲିନିକାଲ୍ ସାମ୍ପଲ୍ ସମେତ ୧୫୩୬ଟି ସାମ୍ପଲ୍‌ର ପରୀକ୍ଷଣ କରିଥିବା ବେଳେ ପ୍ରଥମ ଥର ପାଇଁ ଭାରତରେ ୨ଟି ଲିନିଏଜ୍ ବି.୧.୧୧୨ ଏବଂ ବି.୧.୯୯ ଚିହ୍ନଟ କରିପାରିଛନ୍ତି ବୋଲି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଗବେଷଣା ନିର୍ଦ୍ଦେଶକ ତଥା ମୁଖ୍ୟ ପରୀକ୍ଷକ ଡଃ ଜୟଶଙ୍କର ଦାସ ସୂଚନା ଦେଇଛନ୍ତି । କାଉନ୍‌ସିଲ୍ ଅଫ୍ ସାଇନ୍‌ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ ସହଯୋଗରେ ଗବେଷଣା କରୁଥିବା ଏହି ଗବେଷକ ଟିମ୍ ବିଶ୍ୱରେ ପ୍ରଥମ ଥର ପାଇଁ ସବୁଠାରୁ ଉନ୍ନତ ଧରଣର କୋଭିଡ୍ ସିକ୍ୱେନି୍ସଂ ପ୍ରଣାଳୀ ବାହାର କରିପାରିଛନ୍ତି ଯାହାକି କୋଭିଡ ସଂକ୍ରମଣକୁ ଉପଯୁକ୍ତ ପ୍ରକ୍ରିୟାରେ ଚିହ୍ନଟ କରିବାରେ ସହାୟକ ହୋଇପାରିବ ବୋଲି ଡଃ ଦାସ ସୂଚନା ଦେଇଛନ୍ତି । ପ୍ରଖ୍ୟାତ ସଂସ୍ଥା ଟେକ୍ ଇଲୁମିନାର ରିପୋର୍ଟ ଅନୁଯାୟୀ ଭାରତ ଏହି ଗବେଷଣାରେ ୧୦ଟି ଦେଶର ୧୨ଟି ଗବେଷଣା ଅନୁଷ୍ଠାନକୁ ପଛରେ ପକାଇ ଏହି
ଫିଲ୍ଡ ଭାଲିଡେସନ୍ ଡାଟାକୁ ପ୍ରକାଶ କରିପାରିଛି ।

- Advertisement -

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଗବେଷକମାନେ କରୋନା ଭାଇରସ୍ ସଂକ୍ରମଣର ସାମାନ୍ୟ, ମଧ୍ୟମ ଏବଂ ଗୁରୁତର ସଂକ୍ରମଣ କ୍ଷମତା ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ୫୦୦ଟି ଭାଇରାଲ୍ ଜେନମ୍‌ର ସିକ୍ୱେନ୍ସିଂ ଓ ଆନାଲିସିସ୍ କରୁଛନ୍ତି ।
ଏହା ବ୍ୟତୀତ ପୂର୍ବ ଭାରତ ବିଶେଷ କରି ଓଡ଼ିଶାରେ ଏହି କୋଭିଡ ଷ୍ଟ୍ରେନ୍‌, ନୂତନ ଥେରାପିଉଟିକ୍ ଟାର୍ଗେଟ ଏବଂ ମ୍ୟୁଟେସନ୍‌କୁ ବୁଝିବା ନିମନ୍ତେ ଏହି ଗବେଷଣା ସାହାଯ୍ୟ କରିବ । ବିଶ୍ୱରେ ପ୍ରଥମ ଥର ପାଇଁ ଏଭଳି ବଡ଼ ଆକାରରେ କୋଭିଡ-୧୯ର ଚିହ୍ନଟ ପରୀକ୍ଷଣ ଓ ଜେନେଟିକ୍ ଏପିଡେମିଓଲଜି ଉପରେ ଅଧ୍ୟୟନ କରାଯାଉଛି ବୋଲି ଡଃ ଦାସ କହିଛନ୍ତି ।
କରୋନା ଭାଇରସ ସଂକ୍ରମଣ ବିଶ୍ୱରେ ମହାମାରୀ ରୂପ ନେଇସାରିଥିବା ବେଳେ ଲକ୍ଷ ଲକ୍ଷ ଲୋକ  ଆକ୍ରାନ୍ତ ହୋଇଛନ୍ତି । ତେଣୁ ଏ ଦିଗରେ ଅଧିକ ଗବେଷଣା ଏବଂ ପରୀକ୍ଷଣ ସମେତ କୋଭିଡ-୧୯ର ପ୍ରକ୍ରିୟାକୁ ଚିହ୍ନଟ କରିବା ଜରୁରୀ ହୋଇପଡ଼ିଛି ବୋଲି ସେ କହିଛନ୍ତି ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories