ଭୁବନେଶ୍ବର: ରାଜ୍ୟରେ କୋଭିଡ୍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲଙ୍ଘନ କରିଥିବା ଅଭିଯୋଗରେ ମେ’ ୧୭ରୁ ୧୮ ତାରିଖ ସକାଳ ୨୪ଘଣ୍ଟା ମଧ୍ୟରେ ୮ଟି ମାମଲା ଦାୟର କରାଯାଇଛି। ଏହି ସମସ୍ତ ମାମଲା ଲକ୍ଡାଉନ୍ ସମ୍ପର୍କିତ ରହିଛି। ବିଭିନ୍ନ ଅଭିଯୋଗରେ ୪୬ଜଣଙ୍କୁ ଗିରଫ କରାଯାଇଛି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।



