www.samajalive.in
Sunday, December 14, 2025
26.1 C
Bhubaneswar

ନାବାଳିକା ଅସଦାଚରଣ ମାମଲା: ଅଭିଯୁକ୍ତକୁ ୪ ବର୍ଷ କାରା ଦଣ୍ଡାଦେଶ 

ସମ୍ବଲପୁର: ସମ୍ବଲପୁର ଜିଲା କତରବଗା ଥାନାଞ୍ଚଳରେ ଗତ ଏପ୍ରିଲ ୨୦୧୯ ମସିହାରେ ହୋଇଥିବା ଏକ ନାବାଳିକା ଅସଦାଚରଣ ମାମଲାରେ ପୋକ୍ସୋ ଅଦାଲତ ଅଭିଯୁକ୍ତକୁ ୪ ବର୍ଷର କାରା ଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହିତ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଆନାଦାୟ ଅଧିକ ୧ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ରାୟରେ ଶୁଣାଇଛନ୍ତି।

ଘଟଣା ଦିନ ପୀଡିତା ନାବାଳିକା ଜଣକ ତାର ମା’ ସହିତ ଅଭିଯୁକ୍ତ ରଣଜିତ ମରେଇ(୨୧)ଙ୍କ ଘରକୁ ଏକ ବିବାହ କାର୍ଡ ଦେବା ପାଇଁ ଯାଇଥିଲେ। ରାସ୍ତାରେ ପୀଡିତାଙ୍କ ମା’ ଏକ ସମ୍ପର୍କୀୟଙ୍କ ସହିତ କଥା ହେଉଥିବା ବେଳେ ପୀଡିତାକୁ କାର୍ଡ ଦେଇ ଅଭିଯୁକ୍ତ ଘରକୁ ଯାଇ ଦେବା ପାଇଁ କହିଥିଲେ । ପୀଡିତା ବିବାହ କାର୍ଡ ଦେବା ପାଇଁ ଅଭିଯୁକ୍ତ ଘରକୁ ଯାଇଥିବା ବେଳେ ଅଭିଯୁକ୍ତ ତାଙ୍କୁ ଅସଦାଚରଣ କରିଥିଲା। ନାବାଳିକା କୌଶଳକ୍ରମେ ସେଠାରୁ ଖସିଆସି ମା’କୁ ଜଣାଇଥିଲେ। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ଏକ ମାମଲା(୫୪/୨୦୧୯) ରୁଜୁ ହୋଇଥିଲା। ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାମଲାର ଶୁଣାଣି ସମୟରେ ପୋକ୍ସୋ ଅଦାଲତ ବିଚାରପତି ଅଭିଳାଷ ସେନାପତି ୧୫ ଜଣ ସାକ୍ଷୀଙ୍କ ବୟାନ ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ ପରେ ଅଭିଯୁକ୍ତ ରଣଜିତ ମରେଇକୁ ଦୋଷୀ ସାବ୍ୟସ୍ତ କରି ୪ ବର୍ଷର ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି। ଓ ୧୦ ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ମାମଲାକୁ ସରକାରୀ ଓକିଲ ସନ୍ତୋଷ କୁମାର ପଣ୍ଡା ପରିଚାଳନା କରୁଥିଲେ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories