www.samajalive.in
Sunday, December 7, 2025
23.1 C
Bhubaneswar

କରୋନା ଆତଙ୍କ : ଆଇପିଏଲ୍ ବନ୍ଦ ପାଇଁ କୋର୍ଟରେ ଆବେଦନ

ବେଙ୍ଗାଲୁରୁ : କରୋନା ଭୂତାଣୁ(ଭାଇରସ୍) ସମଗ୍ର ବିଶ୍ବରେ ଏକ ପ୍ରକାର ଆତଙ୍କ ସୃଷ୍ଟି କରିଛି। କରୋନାର ନଜର ଚଳିତ ଇଣ୍ଡିଆନ୍ ପ୍ରିମିୟମ୍ ଲିଗ୍(ଆଇପିଏଲ)ର ୧୩ତମ ସଂସ୍କରଣ ଉପରେ ପଡ଼ିଛି। ଆଇପିଏଲ ବନ୍ଦ କରିବା ପାଇଁ ମଙ୍ଗଳବାର ମାଡ୍ରାସ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି। ଦେଶରେ ବର୍ତ୍ତମାନ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା କାରଣରୁ ଆଇପିଏଲ ବନ୍ଦ କରିବାକୁ ଆବେଦନରେ ଉଲ୍ଲେଖ କରାଯାଇଛି।
ଏହାକୁ ଦୃଷ୍ଟିରେ ରଖି ଆଇନଜୀବୀ ଜି ଆଲେକ୍ସ ବେନଜିଗର ଏଭଳି ଆବେଦନ କରିଛନ୍ତି। ଆସନ୍ତାକାଲି ଡିଭିଜନ ବେଞ୍ଚର ବିଚାରପତି ଜଷ୍ଟିସ ଏମଏମ୍ ସୁନ୍ଦରେଶ ଓ କ୍ରୀଷ୍ଣନ ରାମାସ୍ୱାମୀ ଏହାର ଶୁଣାଣି କରିବେ।
ଖବର ଅନୁଯାୟୀ, ଆଇପିଏଲର ୧୩ତମ ସଂସ୍କରଣକୁ ସ୍ଥଗିତ ରଖାଯାଇପାରେ କିମ୍ବା ତାରିଖ ପରିବର୍ତ୍ତନ କରାଯାଇପାରେ। ସମଗ୍ର ବିଶ୍ବରେ ବିପଜ୍ଜନକ ରୂପ ନେଇଥିବା କରୋନା ଯୋଗୁଁ ଲୋକଙ୍କୁ ଜନଗହଳି ପୂର୍ଣ୍ଣ ସ୍ଥାନରୁ ଏବଂ ପରସ୍ପରଠାରୁ ଦୂରରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଇପିଏଲ ମ୍ୟାଚରେ ହଜାର ହଜାର ଭାରତୀୟ ଏବଂ ବିଦେଶୀ ଷ୍ଟାଡିୟମରେ ପହଞ୍ଚିବେ। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ସ୍ୱାସ୍ଥ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିଥିବା ବେଳେ ଅନ୍ୟପଟେ କିଛି ଦଳର ହିତାଧିକାରୀମାନେ ମଧ୍ୟ ମ୍ୟାଚ୍ ବନ୍ଦ ପାଇଁ ପରାମର୍ଶ ଦେଉଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories