www.samajalive.in
Monday, December 8, 2025
13.1 C
Bhubaneswar

ଭାରତୀୟ ଆଜାଦ ମଞ୍ଚ ପକ୍ଷରୁ ଅନୁସୂୟା ଦେବତାଙ୍କୁ କରୋନା ଯୋଦ୍ଧା ସମ୍ମାନ

ରେଙ୍ଗାଲିକେମ୍ପ : କରୋନା ମହାମାରୀ ସମୟରେ ନିଜ ଜୀବନକୁ ଖାତିର ନକରି ଲୋକଙ୍କ ସେବା କରୁଥିବା ମହାନ୍ ସମାଜସେବୀମାନଙ୍କୁ ପ୍ରୋତ୍ସାହିତ କରିବା ଦିଗରେ ତଥା ଜନ ସାଧାରଣଙ୍କ ମୌଳିକ ଅଧିକାରକୁ ସରକାରଙ୍କ ପାଖରେ ଉପସ୍ଥାପନ କରିବା ଦିଗରେ କାର୍ୟ୍ୟ କରି ଆସୁଛି ଭାରତୀୟ ଆଜାଦ ମଞ୍ଚ। ପୁରୀ ଜିଲ୍ଲା ଚନ୍ଦନପୁର ଏହି ବିଶାଳ ଜନ ସେବା ସଂସ୍ଥା ତରଫରୁ ଆୟୋଜିତ ‘କରୋନା ଯୋଦ୍ଧା ସମ୍ମାନ ୨୦୨୧’ ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ସମାଜ ସେବୀ ବ୍ୟକ୍ତିଙ୍କୁ ଅନ୍ଵେଷଣ କରି ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏଥିରେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକର ଟୋପ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ଅନୁସୂୟା ଦେବତାଙ୍କୁ ଭାରତୀୟ ଆଜାଦ ମଞ୍ଚ ପକ୍ଷରୁ କରୋନ ଯୋଦ୍ଧା ସମ୍ମାନ ପ୍ରଦାନ କରାଯାଇଛି। ଏହି ସମ୍ବର୍ଦ୍ଧନା କାର୍ୟ୍ୟକ୍ରମଟି ଆଜାଦ ମଂଚର ରାଜ୍ୟ ସଭାପତି ଅମ୍ବୁଜା ସାହୁଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିବା ବେଳେ ପ୍ରଦୀପ କୁମାର ବିଶ୍ବାଳ ଏହାକୁ ପରିଚାଳନା କରିଥିଲେ । ଡଃ ମଧୁସୂଦନ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ପ୍ରଦ୍ୟୁମ୍ନ ପରିଡ଼ା, ମଞ୍ଚର ସମ୍ପାଦକ ରାଜ୍ୟ କିଶୋର ବେହେରା, ସାଧାରଣ ସମ୍ପାଦକ ରାଜ୍ୟ କିଶୋର ସାହୁ ମଞ୍ଚାଷିନ ଥିଲେ। ଏଥିରେ ୨୨ଟି ସ୍ଵେଚ୍ଛାସେବୀ ସଂଗଠନ ସହ ରାଜ୍ୟର ୧୫୦ ଜଣ ସମାଜ ସେବୀମାନଙ୍କୁ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ କରାଯାଇଥିଲା। ଶ୍ରୀମତୀ ଦେବତା ଜଙ୍ଗଲ ପରିବେଷ୍ଠିତ ଗାଆଁ, କୁଷ୍ଠାଶ୍ରମ, ଗରିବ ଶ୍ରେଣୀର ବସ୍ତି ଅଞ୍ଚଳକୁ ଯାଇ କରିବା ମହାମାରୀ ସମୟରେ ମାସ୍କ୍, ସାବୁନ, ସାନିଟାଇଜର ଆଦି ବଣ୍ଟନ କରିବା ସହ ସେମାନଙ୍କୁ ସଚେତନ କରିବା, ଗରିବ ଅସହାୟମାନଙ୍କୁ ସାହାଯ୍ୟ କରିବା, ପାନୀୟ ଜଳର ଉତ୍କଟ ସମସ୍ୟା ଥିବା ଅଞ୍ଚଳକୁ ଯାଇ ତାଙ୍କର ସମସ୍ୟା ବୁଝି ତାକୁ ପ୍ରଶାସନର ଦୃଷ୍ଟିକୁ ଆଣି ତାର ସମାଧାନ ପାଇଁ କାମ କରିବା ଆଦି କ୍ଷେତ୍ରରେ କେବେହେଲେ ପଛଘୁଞ୍ଚା ଦିଅନ୍ତି ନାହିଁ। ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରି ପରିବେଶର ସୁରକ୍ଷା କରିବା ଉଦ୍ୟମ ମଧ୍ୟ ସେ ଜାରି ରଖିଛନ୍ତି।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories