www.samajalive.in
Friday, December 12, 2025
27.1 C
Bhubaneswar

ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ଆଜି : ତାଲାବନ୍ଦ ଅବଧି ବୃଦ୍ଧି ନିଷ୍ପତ୍ତି ରବିବାର

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କରୋନା ମହାମାରୀ ପ୍ରସଙ୍ଗରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନଫରେନ୍ସିଂରେ ଆଲୋଚନା କରିବେ। କରୋନା ସଂକ୍ରମଣ ରୋକିବାକୁ ଦେଶବ୍ୟାପୀ ଜାରି କରାଯାଇଥିବା ୨୧ ଦିନିଆ ଲକଡାଉନ (ତାଲାବନ୍ଦ) ଅବଧିକୁ ବୃଦ୍ଧି କରାଯିବା ସମ୍ପର୍କରେ ବୈଠକରେ ଆଲୋଚନା କରାଯିବ। ୨୧ଦିନିଆ ଲକଡାଉନ ଅବଧି ଏପ୍ରିଲ ୧୪ ତାରିଖରେ ଶେଷ ହେଉଥିବାବେଳେ ଅନେକ ରାଜ୍ୟ ସରକାର ଏହାର ଅବଧି ବୃଦ୍ଧି କରିବାକୁ ସମର୍ଥନ କରିଛନ୍ତି। ଓଡିଶା ସରକାର ଏହି ଲକଡାଉନ ଅବଧିକୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସେହିପରି ତେଲଙ୍ଗାନା, ପଞ୍ଜାବ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ସରକାର ଲକଡାଉନ ଅବଧି ବୃଦ୍ଧି ଲାଗି ସମର୍ଥନ ଜଣାଇସାରିଛନ୍ତି। ପଞ୍ଜାବ ସରକାର ଲକଡାଉନ ଅବଧିକୁ ମେ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
ବୁଧବାର ପ୍ରଧାନମନ୍ତ୍ରୀ ସଂସଦର ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ସହିତ ଆଲୋଚନା ସମୟରେ ଲକଡାଉନକୁ ଉଠାଯିବ ନାହିଁ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଲୋକଙ୍କ ଜୀବନ ବଞ୍ଚାଇବାର ଏକମାତ୍ର ଉପାୟ ହେଉଛି ଲକ୍‍ଡାଉନ।
ଏହି ପ୍ରସଙ୍ଗରେ ସେ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ବିଶେଷଜ୍ଞମାନଙ୍କ ସହିତ ନିୟମିତ ଆଲୋଚନା କରୁଛନ୍ତି; ମାତ୍ର କେହି ଲକଡାଉନ ଉଠାଇବାକୁ ସମର୍ଥନ କରୁ ନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ତେଣୁ ସାମାଜିକ ଦୂରତ୍ୱ ରକ୍ଷା ଲାଗି ଆମେ କଠୋର ନିୟମ ପାଳନ କରିବା ଦରକାର। ଶନିବାର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା ପରେ ରବିବାର ପ୍ରଧାନମନ୍ତ୍ରୀ ଲକଡାଉନ ଅବଧି ବୃଦ୍ଧି ସମ୍ପର୍କରେ ଘୋଷଣା କରିବାର ସମ୍ଭାବନା ରହିଛି।
କରୋନା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ତୃତୀୟ ଥର ପାଇଁ ଆଲୋଚନା କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ମାର୍ଚ୍ଚ ୨୦ରେ ପ୍ରଥମ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ୨୧ଦିନିଆ ଲକଡାଉନ ଘୋଷଣା କରିଥିଲେ। ଏହା ପରେ ଏପ୍ରିଲ ୨ରେ ପ୍ରଧାନମନ୍ତ୍ରୀ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ। ଆଲୋଚନା ସମୟରେ ଲକଡାଉନ ଅବଧି ପରବର୍ତ୍ତୀ ପରିସ୍ଥିତି ବାବଦରେ ପ୍ରସ୍ତାବ ଲୋଡିଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ଶୁକ୍ରବାର ସକାଳ ସୁଦ୍ଧା ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୭୬୧ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୨୦୬ ହୋଇଛି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories