www.samajalive.in
Thursday, December 11, 2025
23.1 C
Bhubaneswar

କରୋନା: ୨୪ ଘଣ୍ଟାରେ ୧୦୬ ନୂଆ ରୋଗୀ, ୬ ମୃତ

ନୂଆଦିଲ୍ଲୀ : ଭାରତରେ ଧୀରେ ଧୀରେ ବଢୁଛି କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୧୦୬ ଜଣ ନୂଆ ରୋଗୀ ସଂକ୍ରମିତ ହୋଇଛନ୍ତି। ଆଉ ୬ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଛି। ଫଳରେ ଭାରତରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ଇତିମଧ୍ୟରେ ୧୦୨୪ ଅତିକ୍ରମ କରିଥିବାବେଳେ ୨୭ ଜଣଙ୍କ ପ୍ରାଣହାନି ଘଟିଛି। କରୋନା ଭୂତାଣୁର ଗୋଷ୍ଠୀ ସଂକ୍ରମଣ ରୋକିବା ଲାଗି କେନ୍ଦ୍ର ସରକାରଙ୍କ ସମେତ ରାଜ୍ୟ ସରକାରମାନେ ସଂପୂର୍ଣ୍ଣ ତାଲାବନ୍ଦ (ଲକ୍‌ ଡାଉନ୍) କରିଥିବାବେଳେ ଅନେକ ସ୍ଥଳରେ କେତେକଙ୍କ ବେଫିକର ଯୋଗୁଁ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ବଢିବାରେ ଲାଗିଛି। ବିଦେଶକରି ବଡ଼ ବଡ଼ ସହରରୁ ପ୍ରବାସୀ ଶ୍ରମିକଙ୍କ ଗାଁକୁ ସମୂହ ପଳାୟନ ଏବେ ଉଭୟ କେନ୍ଦ୍ର ଓ ପ୍ରାନ୍ତୀୟ ସରକାରଙ୍କ ଚିନ୍ତା ବଢାଇଛି। ତୁରନ୍ତ ଏହାକୁ ରୋକିବା ଲାଗି ପୁଣିଥରେ କେନ୍ଦ୍ର ସରକାର କଠୋର ନିର୍ଦେଶନାମା ଜାରି କରିଛନ୍ତି। ତାଲାବନ୍ଦ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଲବ୍‌ ଅଗ୍ରୱାଲଙ୍କ ସୂଚନାନୁଯାୟୀ, ମାର୍ଚ୍ଚ ୨ ତାରିଖ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ମାତ୍ର ୫ ଥିଲା; ମାତ୍ର ୨୭ ଦିନ ମଧ୍ୟରେ ଏହା ଏକ ହଜାରରୁ ଅଧିକ ଟପିଲାଣି। ମହାରାଷ୍ଟ୍ର ଓ କେରଳରେ ସ୍ଥିତି ଗୁରୁତର ରହିଛି। ମହାରାଷ୍ଟ୍ରରେ ସର୍ବାଧିକ ୨୦୩ ଜଣ ସଂକ୍ରମିତ ହୋଇଥିବାବେଳେ ୭ ଜଣଙ୍କ ମୃତ୍ୟୁ ଘଟିଛି। କେରଳରେ ୨୦୨ ଜଣ ସଂକ୍ରମିତ ହୋଇଛନ୍ତି। ତେବେ ଦିଲ୍ଲୀରେ କେବଳ ରବିବାର ଆଉ ୨୩ ଜଣ ନୂଆ କରୋନା ସଂକ୍ରମିତ ହୋଇଥିବାବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୨ରେ ପହଞ୍ଚିଛି। ଯଦି ଏବେଠୁ ଏହାକୁ ରୋକା ନ ଯାଏ, ତେବେ ସ୍ଥିତି ଅଣାୟତ୍ତ ହେବା ଆଶଙ୍କା ରହିଛି।

ଦେଶ       ସଂକ୍ରମିତ                ମୃତ୍ୟୁସଂଖ୍ୟା
ବିଶ୍ୱ      ୭,୦୨,୩୬୮           ୩୩,୧୮୦
ଭାରତ   ୧୦୨୪                     ୨୭
ଇଟାଲୀ   ୯୭,୬୮୯             ୧୦,୭୭୯
ଆମେରିକା ୧,୩୧,୪୦୩       ୨,୩୨୯
ସ୍ପେନ     ୭୮,୭୯୯                ୬,୬୦୬
ଚୀନ     ୮୧,୪୩୯                ୩,୩୦୦
ଇରାନ   ୩୮,୩୦୯              ୨,୬୪୦
ଫ୍ରାନ୍ସ    ୩୭,୫୭୫             ୨,୩୧୪
ଜର୍ମାନୀ  ୬୦,୬୫୯               ୪୮୨
ପାକିସ୍ତାନ  ୧,୫୨୪                ୧୪

Hot this week

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

Related Articles

Popular Categories