www.samajalive.in
Wednesday, December 10, 2025
18.1 C
Bhubaneswar

ଆଜି ଲୋକସେବା ଭବନରେ ବିଧାନସଭା

-ଏକ ତୃତୀୟାଂଶ ସଭ୍ୟଙ୍କୁ ନେଇ ଚାଲିବ ଗୃହ, -ଆଗତ ହେବ ବ୍ୟୟମଞ୍ଜୁରୀ ବିଲ୍‌
-ଆସିବେନି ବିଧାନସଭା ସାଧାରଣ କର୍ମଚାରୀ, -ଗଣମାଧ୍ୟମକୁ ପ୍ରବେଶ ମନା:ବାଚସ୍ପତି

ଭୁବନେଶ୍ୱର: କରୋନାର ଭୟାବହତା ଓ ବିଧାନସଭାର କର୍ମଚାରୀଙ୍କ ସମୂହ ସଙ୍ଗରୋଧ (କ୍ବାରେଣ୍ଟାଇନ୍) ପାଇଁ ସୋମବାର ଲୋକସେବା ଭବନର କନ୍‌ଭେସନ୍‌ ହଲ୍‌ରେ ବିଧାନସଭା ଅଧିବେଶନ ଅନୁଷ୍ଠିତ ହେବ। ସଂଯୋଗବଶତଃ ହେଉ, କି ଜରୁରୀ ପରିସ୍ଥିତି ଯୋଗୁଁ, ଓଡ଼ିଶା ଇତିହାସରେ ଏହା ପ୍ରଥମ ଘଟଣା। ପୂର୍ବାହ୍ନ ସାଢ଼େ ୧୦ଟାରେ ଅନୁଷ୍ଠିତ ହେବାକୁ ଥିବା ଏହି ଐତିହାସିକ ବଜେଟ ଅଧିବେଶନରେ ଏକ ତୃତୀୟାଂଶ ସଭ୍ୟ ହିଁ ଉପସ୍ଥିତ ରହିବେ ବୋଲି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି। ବାଚସ୍ପତି ଡ. ପାତ୍ରଙ୍କ ସୂଚନା ଅନୁଯାୟୀ ଆଜି ବଜେଟ ଅଧିବେଶନର ବ୍ୟୟମଞ୍ଜୁରି ବିଲ୍ ଆଗତ କରାଯିବ। କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ସବୁ ବିଭାଗର ଖର୍ଚ୍ଚ ଦାବି ଗିଲୋଟିନ ଜରିଆରେ ପାରିତ କରାଯିବ। ଏମିତିକି ବିଧାନସଭାକୁ ମୁଲତବି କରିବାପାଇଁ ପ୍ରସ୍ତାବ ପାରିତ କରାଯିବାକୁ ପ୍ରସ୍ତାବ ରହିଛି। ଯଦି ଏହାକୁ କୌଣସି ବିରୋଧୀ ଦଳ ସଦସ୍ୟ ବିରୋଧ କରନ୍ତି ତେବେ ଯାଇ ନିଷ୍ପତ୍ତିରେ ପରିବର୍ତ୍ତନ ହୋଇପାରେ ବୋଲି ଡ. ପାତ୍ର କହିଛନ୍ତି।

Image : Samajalive.in

ସୂଚନା ଅନୁଯାୟୀ ଏହି ସମୟ ମଧ୍ୟରେ ଗୃହର ସଦସ୍ୟମାନେ କିଭଳି ନିଜ ନିଜ ଅଞ୍ଚଳରୁ ସୁରକ୍ଷିତ ଭାବେ ବିଧାନସଭାକୁ ଆସିବେ ସେନେଇ ସଂପୃକ୍ତ ଜିଲାପାଳ ଓ ଏସପିଙ୍କୁ ଦାୟିତ୍ବ ଦିଆଯାଇଛି। ଲୋକସେବା ଭବନର କନଭେନସନ ହଲରେ ନିର୍ଦିଷ୍ଟ ଦୂରତା ଛାଡି ସଦସ୍ୟମାନେ ବସିବାପାଇଁ ବ୍ୟବସ୍ଥା କରାଯାଇଛି। ତେବେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଅଧିବେଶନ ବେଳେ ଭିତରକୁ ଯିବାକୁ ଦିଆଯିବ ନାହିଁ ବୋଲି ଡ. ପାତ୍ର ସୂଚନା ଦେଇଛନ୍ତି। ତେବେ ଏହି ସମୟରେ ଯାହାକିଛି ଆଲୋଚନା ହେଲା ସେସବୁ ସୂଚନା ଓ ଲୋକସମ୍ପର୍କ ବିଭାଗ ଜରିଆରେ ସାମାଜିକ ଗଣମାଧ୍ୟମରେ ଅବଗତ କରାଯିବ। ଏହି ଅଧିବେଶନକୁ ଦୃଷ୍ଟିରେ ରଖି ରବିବାର ଲୋକସେବା କନଭେନସନ ହଲକୁ ବିଶୋଧନ କରାଯାଇଛି। ପ୍ରେକ୍ଷାଳୟର ଭିତର ଓ ବାହାରକୁ ଭଲ ଭାବେ ରାସାୟନିକ ପଦାର୍ଥରେ ବିଶୋଧନ କରାଯିବା ସହିତ ରୁମ୍ ଫ୍ରେସନର ବ୍ୟବସ୍ଥା କରାଯାଇଛି। ଆଜି ଅଧିବେଶନ ବେଳେ ବିଧାନସଭା ସଚିବଙ୍କ ସହିତ କେତେକ ନିରାପତ୍ତାରକ୍ଷୀ, କ୍ଷୀପ୍ରଲେଖକ, ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ନିର୍ମାଣ ଓ ସଂସଦୀୟ ବ୍ୟାପାର ବିଭାଗର କର୍ମଚାରୀ ଉପସ୍ଥିତ ରହିବେ ବୋଲି ଜଣାଯାଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories