www.samajalive.in
Thursday, December 11, 2025
14.1 C
Bhubaneswar

କରୋନା ଟିକା ସୁରକ୍ଷିତ-ଡାକ୍ତର ପ୍ରମେଶ ମହାପାତ୍ର

ପିପିଲି : ଦେଶବ୍ୟାପୀ “କୋଭିଡ୍‍ ଟିକାକରଣ ଅଭିଯାନ’କୁ ଶନିବାର ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‍ଘାଟନ କରିଥିବାବେଳେ ପିପିଲି ବ୍ଲକର ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଥମ ଦିନରେ ଶହେ ଜଣ କରୋନା ଯୋଦ୍ଧା ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଟିକା ଦିଆଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ପ୍ରମେଶ କୁମାର ମହାପାତ୍ର(୭୩) ପ୍ରଥମେ କରୋନା ଟିକା ନେଇଥିଲେ । ତେବେ ଏହି ଟିକାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନଥିବା ଓ ଏହା ସଂପୂର୍ଣ୍ଣ ସୁରକ୍ଷିତ ଅଟେ ବୋଲି ଡାକ୍ତର ମହାପାତ୍ର ନିଜ ପ୍ରତିକ୍ରିୟାରେ ପ୍ରକାଶ କରିବା ସହ ସମସ୍ତେ ନିର୍ଭୟରେ ଓ ଖୋଲା ମନରେ ଟିକା ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ଟିକାକରଣ ଅଭିଯାନକୁ ପୁରୀ ଏଡିଏମ୍‍ଓ ଡାକ୍ତର ଦେବୀପ୍ରସାଦ ମହାପାତ୍ର ଉଦ୍‍ଘାଟନ କରିଥିଲେ । ପରେ ପୂର୍ବାହ୍ନ ସାଢେ ୧୧ଟା ସମୟରେ ପ୍ରଥମ ଟିକାକୁ ପିପିଲି ଅଞ୍ଚଳର ସୁନାମଧନ୍ୟ ଡାକ୍ତର ମହାପାତ୍ର ନେଇଥିଲେ । ପରେ ପିପିଲି ସିଡିପିଓ ଶୁଭଲକ୍ଷ୍ମୀ ପଟ୍ଟନାୟକ, ଡାକ୍ତର ଉସିମ ଉଦ୍ଦିନ ଅହମ୍ମଦ, ଡାକ୍ତର ରଘୁନାଥ ମିଶ୍ର ପ୍ରମୁଖ କୋଭିଡ୍‍ ଟିକା ନେଇଥିଲେ । ତେବେ ଟିକା ନେବା ପରେ କାହାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ପ୍ରକାଶ ପାଇନଥିବା ସୂଚନା ମିଳିଛି । ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଡାକ୍ତର ଜାମିନି ଭୂଷଣ ପଟ୍ଟନାୟକ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବ୍ଲକ ପବ୍ଲିକ ହେଲ୍‍ଥ ଅଫିସର (ବିପିଏଚ୍‍ଓ) ଡାକ୍ତର ବିନୟ କୁମାର ପଣ୍ଡା, ଜିଲା ପବ୍ଲିକ ହେଲ୍‍ଥ କମ୍ୟୁନିକେସନ ଅଫିସର (ଡିପିଏଚ୍‍ସିଓ) ଡାକ୍ତର ଅଶୋକ କୁମାର କର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ୍‍ ବିଜୟଲକ୍ଷ୍ମୀ ସାହୁ ପ୍ରମୁଖ ଟିକାକରଣ ଅଭିଯାନକୁ ପରିଚାଳନା କରିଥିଲେ ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories