www.samajalive.in
Tuesday, December 9, 2025
26.1 C
Bhubaneswar

ଶାହନୱାଜ ହୁସେନ୍‌ ବିଜେପିର ବିହାରର ବିଧାନ ପରିଷଦ ପ୍ରାର୍ଥୀ

ପାଟନା : ବିଜେପି ଏହାର ଜାତୀୟ ମୁଖପାତ୍ର ଶାହନୱାଜ ହୁସେନ୍‌ଙ୍କୁ ବିହାରର ବିଧାନ ପରିଷଦ ପ୍ରାର୍ଥୀ ଭାବେ ଘୋଷଣା କରିଛି । ଏହା ସହିତ ଦଳ ବିହାରରେ ଶାହନୱାଜ ହୁସେନ୍‌ଙ୍କୁ ଅନ୍ୟ ଦୁଇଟି ବିଧାନ ପରିଷଦ ଆସନ ଉପ-ନିର୍ବାଚନର ଦାୟିତ୍ୱ ମଧ୍ୟ ଦେଇଛି। ଏହା ବ୍ୟତୀତ ଦଳ ଉତ୍ତରପ୍ରଦେଶର ବିଧାନ ପରିଷଦର ୧୨ଟି ଆସନରେ ଆଗାମୀ ଦ୍ୱି-ବାର୍ଷିକ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ତାଲିକା ମଧ୍ୟ ପ୍ରକାଶ କରିଛି।
ଏହା ସହ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ହୁସେନ୍ ନିର୍ବାଚନ ରାଜନୀତିକୁ ଫେରୁଛନ୍ତି। ୨୦୧୪ ଲୋକସଭା ନିର୍ବାଚନରେ ହାରିବା ପରେ ଏହା ହେଉଛି ପ୍ରଥମ ସୁଯୋଗ ଯେଉଁଥିରେ ସେ ନିର୍ବାଚନ ମୈଦାନକୁ ଓହ୍ଳାଇବେ।  ୨୦୧୪ରେ ଭାଗଲପୁରରୁ ନିର୍ବାଚନରେ ସେ ପରାସ୍ତ ହୋଇଥିଲେ। ତେବେ ୨୦୧୯ରେ ସେ ଟିକେଟ୍ ପାଇନଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ମଧ୍ୟ ଥିଲେ।
ଏହା ସହିତ ବିଜେପି ଉତ୍ତରପ୍ରଦେଶର ବିଧାନ ପରିଷଦର ୧୨ ଟି ଆସନରେ ଆଗାମୀ ଦ୍ୱି-ବାର୍ଷିକ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ତାଲିକା ମଧ୍ୟ ପ୍ରକାଶ କରିଛି। ସୂଚନାଯୋଗ୍ୟ ବିଧାନ ପରିଷଦର ଏହି ଆସନଗୁଡିକ ଚଳିତ ମାସ ଶେଷରେ ଖାଲି ହେବାକୁ ଯାଉଛି। ଏମାନଙ୍କ ମଧ୍ୟରେ କୁୱଁର ମାନବେନ୍ଦ୍ର ସିଂହ, ଗୋବିନ୍ଦ ନାରାୟଣ ଶୁକ୍ଳା, ସାଲିଲ ବିଷ୍ଣୋଇ, ଅଶ୍ୱିନୀ ତ୍ୟାଗୀ, ଧର୍ମବୀର ପ୍ରଜାପତି ଏବଂ ସୁରେନ୍ଦ୍ର ଚୌଧୁରୀ ଅଛନ୍ତି।
ସୂଚନାଯୋଗ୍ୟ ରାଜ୍ୟର ୧୨ଟି ବିଧାନ ପରିଷଦ ଆସନ ପାଇଁ ଜାନୁୟାରୀ ୨୮ରେ ଭୋଟଗହଣ କରାଯିବ। ଜାନୁଆରୀ ୧୮ ତାରିଖ ହେଉଛି ନାମାଙ୍କନପତ୍ର ଦାଖଲ କରିବାର ଶେଷ ଦିନ। ଏହି ୧୨ ଟି ଆସନର ବର୍ତ୍ତମାନର ସଦସ୍ୟଙ୍କ କାର୍ଯ୍ୟକାଳ ଜାନୁଆରୀ ୩୦ରେ ଶେଷ ହେବ।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories