www.samajalive.in
Friday, December 12, 2025
27.1 C
Bhubaneswar

ଏହି ବ୍ୟକ୍ତି ହେଉଛନ୍ତି ଆମେରିକାର ସବୁଠୁ ବଡ଼ ଚାଷୀ, କିଣିଲେ ୨ ଲକ୍ଷ ୪୨ ହଜାର ଏକର ଜମି

ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ତଥା ବିଶ୍ବର ୪ର୍ଥ ଧନୀ ବ୍ୟକ୍ତି ଭାବେ ପରିଚିତ ବିଲ୍‌ ଗେଟ୍‌ସ। ତାଙ୍କ ନାମରେ ଆଉ ଏକ ପରିଚୟ ଜୋଡ଼ି ହୋଇଯାଇଛି। ସେ ବର୍ତ୍ତମାନ ଆମେରିକାର ସବୁଠୁ ବଡ଼ ଚାଷୀ ଭାବେ ବିବେଚିତ ହୋଇଛନ୍ତି। ସେ ଦେଶର ୧୮ଟି ରାଜ୍ୟରେ ୨ ଲକ୍ଷ ୪୨ ହଜାର ଏକର ଚାଷ ଜମି କିଣିଛନ୍ତି। ଏ ନେଇ ଡେଲି ମେଲ୍‌ ଏକ ରିପୋର୍ଟ ପ୍ରକାଶ କରିଛି।

ତେବେ ବିଲ୍‌ ଗେଟ୍‌ସ କେବଳ ଚାଷ ଜମି କିଣି ନାହାନ୍ତି, ଏଥିରେ ସବୁ ପ୍ରକାର ଜମି ରହିଛି। ସେ ମୋଟ ୨ ଲକ୍ଷ ୬୮ ହଜାର ୯୮୪ ଏକର ଜମି କିଣିଥିବାବେଳେ ସେଥିରେ ୨.୪୨ ଲକ୍ଷ ଏକର ଚାଷ ଜମି ରହିଛି। ଏସବୁ ଜମି ଦେଶର ୧୯ଟି ରାଜ୍ୟରେ ରହିଛି। ଚାଷ ଜମିକୁ ଛାଡ଼ି ଅବଶିଷ୍ଟ ଜମିରେ ଗେଟ୍‌ସ ସ୍ମାର୍ଟସିଟି କରିବାର ଯୋଜନା ରହିଛି।

- Advertisement -

୬୫ ବର୍ଷୀୟ ଗେଟ୍‌ସ ଆମେରିକାର ଲୁସିୟାନାରେ ୬୯ ହଜାର ଏକର, ଅର୍କସସରେ ୪୮ ହଜାର ଏକର, ଏରିଜୋନାରେ ୨୫ ହଜାର ଏକର ଚାଷ ଜମି କିଣିଛନ୍ତି। ତେ​‌ବେ ଏତେ ପରିମାଣର ଚାଷ ଜମି ସେ କାହିଁକି କିଣିଛନ୍ତି ତାହା ଏଯାଏ ଜଣାପଡ଼ିନାହିଁ। ବିଲ୍‌ ଗେଟ୍‌ସ ଏହି ଜମିକୁ ସିଧାସଳଖ ଏବଂ ପର୍ସନାଲ ଇନ୍‌ଭେଷ୍ଟମେଣ୍ଟ ଏନ୍‌ଟିଟି କାସ୍‌କେଡ୍‌ ଇନଭେଷ୍ଟମେଣ୍ଟ ଜରିଆରେ କିଣିଛନ୍ତି।

ବିଲ୍‌ ଗେଟ୍‌ସ ୨୦୧୮ରେ ନିଜ ଗୃହରାଜ୍ୟ ୱାଶିଂଟନରେ ୧୬ ହଜାର ଏକର ଜମି କିଣିଥିଲେ। ଏଥିରେ ହର୍ସ ହେଭେନ ହିଲ୍‌ସ ଅଞ୍ଚଳର ୧୪ ହଜାର ୫୦୦ ଏକର ଜମି ରହିଛି। ଏହାକୁ ସେ ୧୨୫୧ କୋଟି ଟଙ୍କାରେ କିଣିଥିଲେ। ଉକ୍ତ ବର୍ଷ ଆମେରିକାର ଏହା ସବୁଠୁ ଉଚ୍ଚ ଦାମରେ କିଣାଯାଇଥିବା ଜମି ଥିଲା।

୨୦୦୮ରେ ବିଲ୍‌ ଆଣ୍ଡ ମିଲିଣ୍ଡା ଗେଟ୍‌ସ ଫାଉଣ୍ଡେଶନ ପକ୍ଷରୁ ଘୋଷଣା କରାଯାଇଥିଲା ଯେ, ସଂସ୍ଥା ଆଫ୍ରିକା ଏବଂ ବିଶ୍ବର ଅନ୍ୟ ବିକାଶଶୀଳ ଦେଶଗୁଡ଼ିକରେ କ୍ଷୁଦ୍ର ଚାଷୀମାନଙ୍କୁ ଫସଲ ଅମଳ କରିବା ଏବଂ ସେମାନଙ୍କ ରୋଜଗାର ବୃଦ୍ଧି କରିବା ଦିଗରେ ୨୨୩୮ କୋଟି ଟଙ୍କାର ସହାୟତା ପ୍ରଦାନ କରୁଛି। ଏହା ଫଳରେ ଛୋଟ ଚାଷୀମାନେ ଗରିବୀ ଏବଂ କ୍ଷୁଧାରୁ ବାହାରକୁ ଆସିପାରିବେ।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories