www.samajalive.in
Wednesday, November 19, 2025
18.1 C
Bhubaneswar

୧୦ କୋଟି ଅତିରିକ୍ତ ଟିକା ପ୍ରସ୍ତୁତ କରିବ ସେରମ୍‌

ନୂଆଦିଲ୍ଲୀ : କରୋନା ସଂକ୍ରମଣକୁ ନେଇ ସାଧାରଣରେ ଡର ବଢୁଥିବାବେଳେ କେବେ ଟିକା ଆସିବ ସେଥିପାଇଁ ସବୁ ମହଲରେ ଉତ୍ସୁକତା ବଢିଛି। ଏଭଳି ସ୍ଥିତିରେ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆ (ଏସଆଇଆଇ) ପକ୍ଷରୁ ଭାରତ ଓ ଅନ୍ୟ ସ୍ବଳ୍ପ ଓ ମଧ୍ୟମ ଆୟକାରୀ ରାଷ୍ଟ୍ରଙ୍କ ଲାଗି ୨୦୨୧ ଆରମ୍ଭରୁ ଅତିରିକ୍ତ ୧୦ କୋଟି ଟିକା ପ୍ରସ୍ତୁତ କରିବ ବୋଲି ସୂଚନା ଦେଇଛି। ଗାଭି ଭ୍ୟାକ୍‌ସିନ୍ ଆଲେୟାନ୍ସ ଓ ବିଲ୍‌ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍‌ର ମିଳିତ ପ୍ରଚେଷ୍ଟାରେ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଏହି ଟିକା ପ୍ରସ୍ତୁତ କରିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ସେରମ୍‌ ଏକାକୀ ୧୦ କୋଟି ଟିକା ପ୍ରସ୍ତୁତ କରିବାକୁ ଅଗଷ୍ଟରେ ଘୋଷଣା କରିଥିବାବେଳେ ଏବେ ଆଉ ଅତିରିକ୍ତ ୧୦ କୋଟି ଟିକା ଉପରୋକ୍ତ ସଂସ୍ଥାର ସହଯୋଗରେ କରିବ ବୋଲି କୁହାଯାଇଛି। ସେରମ୍‌ କୋଭିଡ୍‌-୧୯ ଟିକାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷା ଚଳାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଓ ଅନ୍ୟାନ୍ୟ ନିୟାମକ ସଂସ୍ଥାଠାରୁ ଅନୁମତି ପାଇବା ପରେ ଏହାକୁ କମ୍ପାନୀ ୨୦୨୧ ପ୍ରଥମ ଭାଗରେ ପ୍ରସ୍ତୁତ କରିବ।

Hot this week

ବାବା ସିଦ୍ଦିକି ହତ୍ୟା ମାମଲା: ଅନ୍‌ମୋଲ୍‌ ଭାରତ ପ୍ରତ୍ୟର୍ପିତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବ ସିଦ୍ଦିକିଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ...

ଅଲ୍‌ ଫଲାହ ପ୍ରତିଷ୍ଠାତା ଗିରଫ

ନୂଆଦିଲ୍ଲୀ: ହ୍ବାଇଟ କଲାର ଟେରର ମଡ୍ୟୁଲ ଓ ଦିଲ୍ଲୀ ଲାଲକିଲା ବିସ୍ଫୋରଣ...

ନୀତିଶଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୨୦ରେ ନୀତିଶ କୁମାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ...

ଦ୍ବିତୀୟ ଟେଷ୍ଟରୁ ବାଦ୍‌ ପଡ଼ିପାରନ୍ତି ଗିଲ୍‌ : ନୀତୀଶଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ କ୍ରିକେଟ...

୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାରୁ ପାହାଡ଼ିଆ...

Related Articles

Popular Categories