www.samajalive.in
Friday, December 12, 2025
19.1 C
Bhubaneswar

କରୋନା ଅପଡେଟ୍‍ : ଆଜି ସୁଦ୍ଧା ସୁସ୍ଥ ହୋଇଛନ୍ତି ୭୧୬ ଜଣ ସଂକ୍ରମିତ

‘ସମାଜ’ ପୋର୍ଟାଲ ଡେସ୍କ : ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି । ଅନ୍ୟପକ୍ଷରେ ଆମ ରାଜ୍ୟରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି।

• ଗତକାଲି ଠାରୁ ଆଜି ମଧ୍ୟରେ ୯୦୯ କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି

- Advertisement -

• ଆଜି ସୁଦ୍ଧା ୭୧୬ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୭୩ ଜଣ ପ୍ରାଣ ହରାଇଛନ୍ତି।
• ସମର୍ପିତ ଡାକ୍ତରଖାନା, ଆଇସୋଲୋସନ ଶଯ୍ୟା, ଆଇସିୟୁ ଏବଂ କ୍ବରେଣ୍ଟାଇନ ସୁବିଧା ଥିବା ପ୍ରାଥମିକ ଡାକ୍ତରୀ ଭିତ୍ତିଭୂମି କ୍ଷମତା ବୃଦ୍ଧି ଉପରେ ସରକାରଙ୍କ ଗୁରୁତ୍ବାରୋପ
• କୋଭିଡ-୧୯ ମୁକାବିଲା କ୍ଷେତ୍ରରେ ନିୟୋଜିତ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ନିର୍ଦ୍ଦେଶ
• ଗତ ୧୧ ଦିନ ମଧ୍ୟରେ ୮୫ ଲକ୍ଷ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ହିତାଧିକାରୀମାନଙ୍କୁ ଏଲପିଜି ସିଲିଣ୍ଡର ବିତରଣ ; ସମସ୍ତ ବାଧା ସତ୍ତ୍ବେ ଦିନକୁ ୬୦ ଲକ୍ଷ ସିଲିଣ୍ଡର ବିତରଣ କରୁଛନ୍ତି ବିତରଣ କର୍ମଚାରୀ
• ରିଲିଫ କ୍ୟାମ୍ପରେ ରହିଥିବା ପ୍ରବାସୀ ଶ୍ରମିକମାନଙ୍କ କଲ୍ୟାଣ ନିମନ୍ତେ ସୁପ୍ରିମକୋର୍ଟଙ୍କ ଆଦେଶ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପରାମର୍ଶ

• ଲକଡାଉନ ସମୟରେ କ୍ଷେତ୍ରୀୟ ସ୍ତରରେ କୃଷକ ଏବଂ କୃଷି କାର୍ୟ୍ୟକଳାପ ନିମନ୍ତ ସୁବିଧା ଦେବା ସକାଶେ କୃଷି, ସମବାୟ ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ

• କରୋନା ଭୂତାଣୁ ମୁକାବିଲାରେ ଭାରତୀୟ ବାୟୁ ସେନା, ବିଭିନ୍ନ ରାଜ୍ୟର ନୋଡାଲ ପଏଣ୍ଟକୁ ଜରୁରି ଚିକିତ୍ସା ସାମଗ୍ରୀ ଓ ରାସନ ପହଞ୍ଚାଇବା ନିମନ୍ତେ ସମସ୍ତ ପ୍ରୟାସ କରାଯାଉଛି । ଏହାଦ୍ବାରା ମହାମାରୀକୁ ପ୍ରଭାବୀ ଢଙ୍ଗରେ ଏବଂ ଦକ୍ଷତାପୂର୍ଣ୍ଣ ଭାବେ ମୁକାବିଲା କରିବା ନିମନ୍ତେ ରାଜ୍ୟ ସରକାର ଓ ସହାୟକ ସଂସ୍ଥାଗୁଡ଼ିକୁ ସଫଳ ହୋଇପାରୁଛନ୍ତି

• କୋଭିଡ-୧୯ ସମୟରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ- ଦିଲ୍ଲୀ କ୍ଷେତ୍ର ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ଫେସବୁକ ଏବଂ ୟୁଟ୍ୟୁବ ଜରିଆରେ ନବମ ଏବଂ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ ଲାଇଭ କ୍ଲାସ ଆରମ୍ଭ କରାଯାଇସାରିଛି । ସୋମବାର ଠାରୁ ଷଷ୍ଠ ଏବଂ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ ଲାଇଭ କ୍ଲାସ ଆରମ୍ଭ ହେବ

• ଦୁଇଟି ପରସ୍ତବିଶିଷ୍ଟ ଖଦି ମାସ୍କ ପ୍ରସ୍ତୁତ କଲା କେଭିଆଇସି : ଖଦି  ଏବଂ ଗ୍ରାମୋଦ୍ୟୋଗ ଆୟୋଗ ପକ୍ଷରୁ ଦୁଇ ପରସ୍ତ ବିଶିଷ୍ଟ ଖଦି ମାସ୍କ ବିକଶିତ କରାଯାଇଛି ଏବଂ ବିପୁଳ ପରିମାଣରେ ଏହାର ବିକ୍ରି ନିମନ୍ତେ ବରାଦ ପାଇଛି। କେବଳ ଜମ୍ମୁ ଓ କଶ୍ମୀର ସରକାରଙ୍କୁ ୭.୫ ଲକ୍ଷଟି ଖଦି ମାସ୍କ ଯୋଗାଇ ଦେବା ନିମନ୍ତେ କେଭିଆଇସିକୁ ବରାଦ ମିଳିଛି

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories