କଳାହାଣ୍ଡି : କଳାହାଣ୍ଡି ଜିଲାରେ ପୁଣି ଥରେ ଶନିବାର ଗୋଟିଏ ଦିନରେ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ୧୬ଜଣ ରୋଗୀ ଚିହ୍ନଟ ହେବା ପ୍ରଶାସନକୁ ଚିନ୍ତାରେ ପକାଇ ଦେଇଥିବା ବେଳେ ସାଧାରଣରେ ଆତଙ୍କ ଖେଳାଇ ଦେଇଛି।
୧୬ଜଣଙ୍କ ମଧ୍ୟରୁ ୧୪ ଜଣ ପୁରୁଷ ଓ ୨ ଜଣ ମହିଳା ଥିବା ବେଳେ ଏମାନଙ୍କ ଭିତରେ ଜଣେ କରୋନା ଯୋଦ୍ଧା ପୁଲିସ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। କରୋନା ଯୋଦ୍ଧା ଲାଞ୍ଜିଗଡ଼ ଟିଏମସିରେ ଡିୟୁଟିରେ ଥିବାବେଳେ ଅନ୍ୟ ୧୩ ଜଣ ପ୍ରବାସୀ ସେହି ଟିଏମସିରେ ରହୁଥିଲେ। ସେହିପରି ଜିଲାର ଜୟପାଟଣା ବ୍ଲକରେ ପାଦ ଥାପିଛି କରୋନା। ଆକ୍ରାନ୍ତ ବ୍ୟକ୍ତି ଜଣକ ଜୟପାଟଣା ଟିଏମସି ରେ ରହୁଥିବା ବେଳେ ସେ ରୁଷିଆ ଫେରନ୍ତା । ସମସ୍ତ ଆକ୍ରାନ୍ତଙ୍କୁ ଜିଲ୍ଲା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନସୁଦ୍ଧା ଜିଲାରେ ୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୬ ଜଣ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି ।



