www.samajalive.in
Monday, December 8, 2025
20.1 C
Bhubaneswar

ସରକାରୀ ସ୍କୁଲରେ ହ୍ବାଟସ୍‌ଆପ୍‌ରେ ନାମଲେଖା

ଭୁବନେଶ୍ବର: କୋଭିଡ୍‌-୧୯ ମହାମାରୀ ସ୍ଥିତିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜୁଲାଇ ୧୫ ମଧ୍ୟରେ ଛାତ୍ରଛାତ୍ରୀଙ୍କ ନାମଲେଖା ପ୍ରକ୍ରିୟା ସମ୍ପନ୍ନ କରିବାକୁ ନିର୍ଦେଶ ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ସରକାରୀ ବିଦ୍ୟାଳୟଗୁଡ଼ିକରେ ଟେଲିଫୋନ ଓ ହ୍ୱାଟସ୍‌ଆପ୍‌ ଯୋଗେ ଛାତ୍ରଛାତ୍ରୀମାନଙ୍କର ନାମଲେଖା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଏହା ଦ୍ୱାରା ଛାତ୍ରଛାତ୍ରୀ ଓ ସେମାନଙ୍କ ପିତାମାତାମାନଙ୍କୁ ନାମଲେଖା ପାଇଁ ବିଦ୍ୟାଳୟ ପରିସରକୁ ନ ଆସିବା ନିଶ୍ଚିତ କରାଯାଇଛି। ଫଳରେ ପିତାମାତା ଓ ଅଭିଭାବକମାନେ ସେମାନଙ୍କ ପୁଅଝିଅଙ୍କ ନାମଲେଖା ହ୍ବାଟ୍‌ସଆପ୍‌ ଜରିଆରେ କରୁଥିବା ଜଣାପଡ଼ିଛି। ପିତାମାତା ଓ ଅଭିଭାବମାନେ ସ୍କୁଲକୁ ନ ଆସି ଘରେ ରହି ସେମାନଙ୍କ ପୁଅଝିଅଙ୍କ ନାମ ଲେଖାଇପାରୁଛନ୍ତି।
ରାଜ୍ୟ ସରକାର ଜାରି କରିଥିବା କରୋନା କଟକଣା ଅନୁପାଳନ ସହିତ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ବିଦ୍ୟାଳୟଗୁଡ଼ିକରେ ଜୁଲାଇ ୧୫ ସୁଦ୍ଧା ନାମଲେଖା ଯାଇପାରିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories