ରାଜ୍ୟରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା କମ ଥିଲେ ମଧ୍ୟ ହେଲେ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍। ଆଜି ଆଉ ୧୭ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଆଜି ମୃତ୍ୟୁବରଣ କରିଥିବା ୧୭ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୨୭ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।
୧୭ ମୃତକଙ୍କ ମଧ୍ୟରୁ ଭୁବନେଶ୍ୱର ଓ ସୁନ୍ଦରଗଡ଼ରୁ ସର୍ବାଧିକ ୪ ଜଣ ଲେଖାଏଁ ଥିବା ବେଳେ ବରଗଡ଼ ଓ ସମ୍ବଲପୁରରୁ ୩ ଜଣ ଲେଖାଏଁ ଏବଂ ବୌଦ୍ଧ, ଢେଙ୍କାନାଳ ଓ କଳାହାଣ୍ଡିରୁ ଜଣେ ଲେଖାଏଁ ଅଛନ୍ତି। ମୃତକଙ୍କ ମଧ୍ୟରେ ୮ ଜଣ କରୋନା ବ୍ୟତୀତ ଅନ୍ୟାନ୍ୟ ରୋଗରେ ପୀଡିତ ଥିଲେ।
୧. ବରଗଡ଼ର ୩୩ ବର୍ଷୀୟ ପୁରୁଷ (କରୋନା)
୨. ବରଗଡର ୫୮ ବର୍ଷୀୟ ମହିଳା (କରୋନା ଓ ଅନ୍ୟାନ୍ୟ)
୩. ବରଗଡର ୬୪ ବର୍ଷୀୟ ପୁରୁଷ (କରୋନା)
୪. ବୌଦ୍ଧର ୧୨ ବର୍ଷୀୟ ଝିଅ (କରୋନା)
୫. ଭୁବନେଶ୍ୱରର ୬୩ ବର୍ଷୀୟ ପୁରୁଷ (କରୋନା)
୬. ଭୁବନେଶ୍ୱରର ୧୦୨ ବର୍ଷୀୟ ମହିଳା (କରୋନା)
୭. ଭୁବନେଶ୍ୱରର ୭୩ ବର୍ଷୀୟ ପୁରୁଷ (କରୋନା ଓ ଅନ୍ୟାନ୍ୟ)
୮. ଭୁବନେଶ୍ୱରର ୬୦ ବର୍ଷୀୟ ପୁରୁଷ (କରୋନା ଓ ଅନ୍ୟାନ୍ୟ)
୯. ଢେଙ୍କାନାଳର ୫୦ ବର୍ଷୀୟ ପୁରୁଷ (କରୋନା)
୧୦. କଳାହାଣ୍ଡିର ୬୦ ବର୍ଷୀୟ ପୁରୁଷ (କରୋନା ଓ ଅନ୍ୟାନ୍ୟ)
୧୧. ସମ୍ବଲପୁରର ୫୩ ବର୍ଷୀୟ ମହିଳା (କରୋନା ଓ ଅନ୍ୟାନ୍ୟ)
୧୨. ସମ୍ବଲପୁରର ୬୩ ବର୍ଷୀୟ ପୁରୁଷ (କରୋନା)
୧୩. ସମ୍ବଲପୁରର ୫୮ ବର୍ଷୀୟ ପୁରୁଷ (କରୋନା)
୧୪. ସୁନ୍ଦରଗଡ଼ର ୫୫ ବର୍ଷୀୟ ପୁରୁଷ (କରୋନା ଓ ଅନ୍ୟାନ୍ୟ)
୧୫. ସୁନ୍ଦରଗଡ଼ର ୨୮ ବର୍ଷୀୟ ମହିଳା (କରୋନା)
୧୬. ସୁନ୍ଦରଗଡ଼ର ୩୬ ବର୍ଷୀୟ ପୁରୁଷ (କରୋନା ଓ ଅନ୍ୟାନ୍ୟ)
୧୭. ସୁନ୍ଦରଗଡ଼ର ୭୯ ବର୍ଷୀୟ ପୁରୁଷ (କରୋନା)



