www.samajalive.in
Sunday, December 7, 2025
14.1 C
Bhubaneswar

କରୋନାକୁ ନେଇ ମିଥ୍ୟା ଖବର ପ୍ରଚାର କରିବା ଅଭିଯୋଗରେ ଜଣେ ଗିରଫ

ଛତ୍ରପୁର : ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ କରୋନାକୁ ନେଇ ମିଥ୍ୟା ଖବର ପ୍ରଚାର କରିବା ଅଭିଯୋଗରେ ସୋମବାର ପୁଲିସ ଜଣକୁ ଗିରଫ କରିଛି। ଗିରଫ ଜଣକ ଆର୍ଯ୍ୟପଲି ଗ୍ରାମର ବୋଲି ଜଣାପଡ଼ିଛି। ଏନେଇ ସାମ୍ୱାଦିକ ସମ୍ମିଳନୀରେ ଛତ୍ରପୁର ପୁଲିସ ଏସଡିପିଓ ଗୌତମ କିଷାନ ସୂଚନା ଦେଇଛନ୍ତି ।

ସୂଚନା ଥାଉକି, କିଛି ଦିନ ତଳେ ଛତ୍ରପୁର ଅଞ୍ଚଳର ଜଣେ ଲୋକ ବିଦେଶରୁ ଫେରିଥିଲେ। ସେ ମେଡିକାଲ ଟେଷ୍ଟ କରିବା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ମେଡିକାଲ ପକ୍ଷରୁ କୁହାଯାଇଥିଲା। କିନ୍ତୁ ଗିରଫ ଯୁବକ ଜଣକ ତାଙ୍କୁ କରୋନା ପଜିଟିଭ୍ ହୋଇଥିବା ନେଇ ମିଥ୍ୟା ଖବର ଚାରି ଆଡେ ପ୍ରକାଶ କରିବା ସହ ସୋସିଆଲ ମିଡ଼ିଆରେ ମଧ୍ୟ ଛାଡିଥିଲେ। ଏହାପରେ ଥାନାରେ ୭୭/୨୦ରେ ଏକ ମାମଲା ରୁଜୁ ହୋଇ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରାଯାଇଛି। ଏହି ସାମ୍ବାଦିକ ସମିଳନୀରେ ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ଉପସ୍ଥିତ ଥିଲେ। ଯେଉଁମାନେ କରୋନାକୁ ନେଇ ମିଥ୍ୟା ଗୁଜବ କରିବେ ତା ନାମରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କହିଛି।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories